30.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଫେବୃଆରୀରେ ୧.୮୪ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ

ଫେବୃଆରୀରେ ୧.୮୪ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ: ଘରୋଇ କାରବାରରୁ ଅଧିକ ରାଜସ୍ୱ ଆସିବା ଯୋଗୁ ଦେଶର ମୋଟ୍ ସାମଗ୍ରୀ ଓ ସେବା ଟିକସ ‘ଜିଏସ୍‌ଟି’ ଆଦାୟ ଫେବ୍ରୁଆରିରେ ୯.୧% ବୃଦ୍ଧି ପାଇ ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। କେନ୍ଦ୍ରୀୟ ଜିଏସ୍‌ଟି ବାବଦକୁ ୩୫ହଜାର ୨୦୪ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ, ରାଜ୍ୟ ଜିଏସ୍‌ଟି ବାବଦକୁ ୪୩ ହଜାର ୭୦୪ କୋଟି ଟଙ୍କା, ସମନ୍ୱିତ ଜିଏସ୍‌ଟି ବାବଦକୁ ୯୦ ହଜାର ୮୭୦ କୋଟି ଟଙ୍କା ଏବଂ କ୍ଷତିପୂରଣ ସେସ୍ ବାବଦକୁ ୧୩ ହଜାର ୮୬୮ କୋଟି ଟଙ୍କା ରହିଛି। । ବିଶେଷଜ୍ଞଙ୍କ ମତରେ ଏହା ଘରୋଇ ବ୍ୟବହାର କ୍ଷେତ୍ରରେ ବ୍ୟାପକ ବୃଦ୍ଧି ସହ ଅର୍ଥନୈତିକ ପୁନରୁଦ୍ଧାରର ସଙ୍କେତ ଦେଉଛି। ସେହିପରି ଫେବୃଆରୀ ମାସରେ ମୋଟ ୨୦ ହଜାର ୮୮୯ କୋଟି ଟଙ୍କା ଫେରସ୍ତ କରାଯାଇଛି, ଯାହାକି ବାର୍ଷିକ ଭିତ୍ତିରେ ୧୭.୩% ଅଧିକ। ଫେରସ୍ତରେ ରିହାତି ଦେବା ପରେ ଫେବୃଆରୀରେ ନିଟ୍ ଜିଏସଟି ଆଦାୟ ୮.୧% ବୃଦ୍ଧି ପାଇ ପ୍ରାୟ ୧.୬୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁସାରେ ମୋଟ୍ ଜିଏସଟି ରାଜସ୍ୱ ମଧ୍ୟରେ ଘରୋଇ ରାଜସ୍ୱ ୧୦.୨% ବୃଦ୍ଧି ପାଇ ୧.୪୨ ଲକ୍ଷ କୋଟି ଟଙ୍କା ଏବଂ ଆମଦାନୀରୁ ରାଜସ୍ୱ ୫.୪% ବୃଦ୍ଧି ପାଇ ୪୧ ହଜାର ୭୦୨ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୪ ଫେବୃଆରୀରେ ମୋଟ ଜିଏସ୍‌ଟି ରାଜସ୍ୱ ୧.୬୮ ଲକ୍ଷ କୋଟି ଥିଲା। ଚଳିତ ବର୍ଷ ଜାନୁଆରୀରେ ଜିଏସ୍‌ଟି ଆଦାୟ ୧.୯୬ ଲକ୍ଷ କୋଟି ଟଙ୍କା ଥିବା ବେଳେ ବାର୍ଷିକ ୧୨.୩% ବୃଦ୍ଧି ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking