23.1 C
Bhubaneswar
Monday, March 24, 2025
Homeଓଡିଶାଗୋଷ୍ଠୀ ସଂଘର୍ଷ: ମୃତଦେହ ରଖି ରାସ୍ତାରୋକ

ଗୋଷ୍ଠୀ ସଂଘର୍ଷ: ମୃତଦେହ ରଖି ରାସ୍ତାରୋକ

କୋରାପୁଟ: କୋରାପୁଟରୁ ନାରାୟଣ ପାଟଣା ସଦରମହକୁମା ଗୋଷ୍ଠୀ ସଂଘର୍ଷ ଘଟଣାରେ ଆହତ ଚିମ୍‌ଟୁକାଣ୍ଟାଙ୍କର ହସ୍ପିଟାଲରେ ମୃତ୍ୟୁ ପରେ ଆଜି ପାଲପୁର ଠାରେ ପହଞ୍ଚିଛି ମୃତଦେହ । ତେବେ ଘଟଣାରେ ନ୍ୟାୟ ଦାବି କରି ଚିଣ୍ଟୁ ଙ୍କର ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟବାସୀ । ପାଲାପୁଟ ଗାଁର ବାଲିକୁଟ ଛକରେ ଲକ୍ଷ୍‌ମୀପୁର ଏବଂ ନାରାୟଣ ପାଟଣା ସଂଯୋଗ କରୁଥିବା ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକେ । ହତ୍ୟାରେ ସମ୍ପୃକ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ବିରୁଦ୍ଧରେ କାଯ୍ୟାନୁଷ୍ଠାନ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ତହସିଲଦାର ଲକ୍ଷ୍‌ମୀପୁର ଏସଡିପିଓ ସମେତ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାସ୍ତା ଅବରୋଧ ଯୋଗୁ ନାରାୟଣ ପାଟଣା ରୁ ଲକ୍ଷ୍‌ମୀପୁର ଗାଡି ଚଳାଚଳ ବାଧାପ୍ରାପ୍ତ ଉପୁଜିଛି । ଚାପା ଉତ୍ତେଜନା ଥିବାରୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତ ୧୬ ତାରିଖରେ ଦୁଇ ଗୋଷ୍ଠୀ ଭିତରେ ପାଲାପୁଟ ଗାଁର ଚିଣ୍ଟୁ ଆହତ ହୋଇ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking