17.1 C
Bhubaneswar
Wednesday, February 4, 2026
Homeଓଡିଶାଗୋଷ୍ଠୀ ସଂଘର୍ଷ ଘଟଣାରେ ନବୀନଙ୍କ ଦୃଢ଼ ନିନ୍ଦା

ଗୋଷ୍ଠୀ ସଂଘର୍ଷ ଘଟଣାରେ ନବୀନଙ୍କ ଦୃଢ଼ ନିନ୍ଦା

ଭୁବନେଶ୍ୱର: ଦଶହରା ଭସାଣି ସମୟରେ କଟକ ଦରଘା ବଜାରରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟନାୟକକ୍ସରେ ପୋଷ୍ଟ କରି କହିଛନ୍ତି ଏହି ଘଟଣାକୁ ମୁଁ ଦୃଢ଼ ନିନ୍ଦା କରୁଛି । ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର ସ୍ଥିତି ବେଶ ଚିନ୍ତାଜନକା ଭସାଣି ସମୟରେ ଢେଲା ପଥର, ବୋତଲ ମାଡ଼ ପରି ଘଟଣା ଏକ ବଡ଼ ସମ୍ବେଦନଶୀଳ ଦିଗକୁ ଇଙ୍ଗିତ କରୁଛି। ଶାନ୍ତିପ୍ରିୟ ଓଡ଼ିଶାରେ ଏ ଅଶାନ୍ତିର ବାତାବରଣ କଦାପି ଗ୍ରହଣୀୟ ନୁହେଁ। ଆହୁରି କହିଛନ୍ତି ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ଆଗରେ ପୋଲିସ ପ୍ରଶାସନ ସମ୍ପୂର୍ଣ ଅସହାୟ ମନେ ହେଉଛି। ବିଜେପି ସରକାରରେ ପୋଲିସ ଉପରେ ରହୁଥିବା ଚାପ ରାଜ୍ୟରେ ଆଇନଶୃଙ୍ଖଳାକୁ ବିଗାଡ଼ି ଦେଉଛି।ପରସ୍ପର ମଧ୍ୟରେ ସଦଭାବନା ବଜାୟ ରଖୀବା ଆମ ସମସ୍ତଙ୍କ ପ୍ରଥମ ଲକ୍ଷ୍ୟ ଏବଂ କର୍ଭବ୍ୟ ହେଉ ସମାଜରେ ଶାନ୍ତି ଓ ମୈତ୍ରୀ ବଜାୟ ରହୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking