31.1 C
Bhubaneswar
Monday, March 31, 2025
Homeଓଡିଶାରାଜ୍ୟରେ ୨୭ ଜିଲ୍ଲାରେ ହ୍ରାସ ପାଇଛି ଭୂତଳ ଜଳସ୍ତର

ରାଜ୍ୟରେ ୨୭ ଜିଲ୍ଲାରେ ହ୍ରାସ ପାଇଛି ଭୂତଳ ଜଳସ୍ତର

ଭୁବନେଶ୍ୱର: ରାଜ୍ୟର ୨୭ଟି ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏହି ତାଲିକାରେ ସବୁଠାରୁ ଆଗରେ ଗଜପତି ଜିଲ୍ଲା ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ରାୟଗଡା ଜିଲ୍ଲା । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୨୩ ତୁଳନାରେ ୨୦୨୪ ବର୍ଷରେ ରାଜ୍ୟର ୨୩ଟି ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଇଛି । ମାତ୍ର ୭ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡା ଓ ସମ୍ବଲପୁର ଜିଲ୍ଲାରେ ଜଳସ୍ତର ବୃଦ୍ଧି ପାଇଛି । ତେବେ ଭୂତଳ ଜଳସ୍ତର ହ୍ରାସ ପାଉଥିବା ଜିଲ୍ଲା ମଧ୍ୟରେ ସବୁଠାରୁ ଆଗରେ ରହିଛି ଗଜପତି ଜିଲ୍ଲା ରହିଛି ।

ଏଠାରେ ଭୂତଳ ଜଳସ୍ତର ଭୂମିଠାରୁ ୮.୦୩ ମିଟର ତଳେ ରହିଛି, ଯାହାକି ପୂର୍ବବର୍ଷ ତୁଳନାରେ ପାଖପାଖି ୪ ମିଟର ହ୍ରାସ ପାଇଛି । ଏହା ପଛକୁ ରହିଛି ରାୟଗଡା ଜିଲ୍ଲାରେ ଏଠାରେ ଜଳସ୍ତର ୨ ମିଟରରୁ ଅଧିକ ତଳକୁ ଖସିଯାଇଛି । କେତେକ ଉପକୂଳ ଜିଲ୍ଲା ଯଥା ଜଗତସିଂହପୁର, ପୁରୀରେ ଭୂତଳ ଜଳସ୍ତର ହ୍ରାସ ପାଇଥିବା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ ଦୁଇଟି ଯୋଜନା ଯଥା “ଛାତ” ଏବଂ “ଅରୁଆ” କାର୍ଯ୍ୟକାରୀ କରାଯାଉଛି । ଛାତ ଯୋଜନା ମାଧ୍ୟରେ ରାଜ୍ୟରେ ୨୭ଟି ସହରାଞ୍ଚଳ ଏବଂ ୫୨ଟି ବ୍ଲକରେ ୨୯,୫୦୦ଟି ବେସରକାରୀ କୋଠା ଏବଂ ୧୯୨୫ଟି ସରକାରୀ କୋଠାରେ ବଷାଜଳର ସଂରକ୍ଷଣ ଯୋଜନା କରାଯାଇଛି । ଅରୁଆ ଯୋଜନାରେ ୨୪୦୦ଟି ରିଚାର୍ଜ ସାଫ୍ଟ ମାଧ୍ୟମରେ ବର୍ଷା ଜଳର ସଂରକ୍ଷଣ ନିମିତ୍ତି ପଦକ୍ଷେପ ନିଆଯାଇଛି । ସେହିଭଳି ବିଭିନ୍ନ ନଦୀମାନଙ୍କରେ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଓ ବିଭିନ୍ନ ପ୍ରାକୃତିକ ନାଳଗୁଡିକରେ ଆଡିବନ୍ଧ ତିଆରି କରି ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking