ନୂଆଦିଲ୍ଲୀ: ବିବାହ ମଞ୍ଚ ରେ ବର, କନ୍ୟା ଝଗଡା ହେବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଦେଖାଯାଉଛି ଯେ ବରଟି କନ୍ୟାକୁ କେକ ଖାଇବାକୁ ଦେବାରୁ କନ୍ୟା କେକ ଖାଇବାକୁ ମନା କରିଦେଉଛି । ଆଉ ରାଗିକି ଚୌକିରେ ବସି ପଡୁଛି । ଏହା ବରକୁ ପସନ୍ଦ ନଥିଲା । ବର କ୍ରୋଧିତ ହୋଇ କେକ ଟି କନ୍ୟା ର ମୁହଁ ଉପରକୁ ଫିଙ୍ଗି ଉନ୍ମକ୍ତ କାଣ୍ଡ ଘଟାଇଥିଲା । ଯାହା ଭିଡିଓଟି ଖୁବ ଜୋରରେ ଭାଇରାଲ ହେଉଛି ।
View this post on Instagram
ଏହି ଭିଡିଓକୁ ୫୦୦ରୁ ଅଧିକ ଲାଇକ ମିଳିଥିବା ବେଳେ ୨୫ ହଜାରରୁ ଅଧିକ ଭ୍ୟୁ ମିଳିଛି । ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ ବିବାହ ପରେ , ପ୍ରଥମେ ଆତ୍ମସର୍ମାନ । ଏହାକୁ ଦେଖି ୟୁଜର୍ସ ମାନେ ଭିନ୍ନ ମତ ଦେଇଛନ୍ତି । କେହି କେହି କହିଛନ୍ତି କେକକୁ ଅପମାନିତ କରିଛନ୍ତି, ଏହା ପିଲାଳିଆମି ବୁଦ୍ଧି । ଆଉ କିଛି ଲୋକ ମଜାଦାର ଭିଡିଓ ବୋଲି କହିଛନ୍ତି ।










