24.1 C
Bhubaneswar
Saturday, March 21, 2026
Homeଓଡିଶାରାଜ୍ୟରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସ୍ଥାଣୁ ପାଲଟିଛି: ବିଜେଡି

ରାଜ୍ୟରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସ୍ଥାଣୁ ପାଲଟିଛି: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟି ଯାଇଛି ବୋଲି ନିକଟରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଟ୍ରେଜେରି ଅଫିସରଙ୍କ ଉଦେ୍ଦଶ୍ୟରେ ଜାରି ହୋଇଥିବା ଚିଠିରୁ ସ୍ପଷ୍ଟ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଅଭିଯୋଗ ଶୁଣାଣି କରି ସିଧାସଳଖ ଲୋକଙ୍କ ଅଭିଯୋଗର ସମାଧାନ କରୁଛନ୍ତି ବୋଲି ବିଜେପି ତରଫରୁ ହୋଇଆସୁଥିବା ଦାବି ସତ୍ୟ ଠାରୁ ବହୁ ଦୂରରେ ଥିବା ଏଥିରୁ ପ୍ରମାଣିତ ହେଉଛି ବୋଲି ବିଜେଡି କହିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଏହି ଚିଠିରେ ସ୍ପଷ୍ଟ କୁହାଯାଇଛି ଯେ, ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ଆସୁଥିବା ଅଭିଯୋଗ ଗୁଡିକ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସମାଧାନ ହେବା କଥା । କିନ୍ତୁ ବାରମ୍ୱାର କୁହାଯିବା ପରେ ଅଭିଯୋଗ ସମାଧାନ ସନ୍ତୋଷଜନକ ହୋଇପାରୁ ନାହିଁ । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାନ୍ସ ସେଲ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବୋଲି ଚିଠିରେ କୁହାଯାଇଛି ।

ଡ଼ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜେ ଜନସାଧାରଣଙ୍କ ଅଭିଯୋଗ ଶୁଣୁଛନ୍ତି ଓ ଏହାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ବିଜେପି ତରଫରୁ କୁହାଯାଉଛି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଜିଲ୍ଲାପାଳଙ୍କ ଏହି ଚିଠିରୁ ରାଜ୍ୟରେ ଅଭିଯୋଗ ଶୁଣାଣି କାର୍ଯ୍ୟ କିପରି ଚାଲୁଛି, ତାର ଏକ କରୁଣ ଚିତ୍ର ଏହି ଚିଠିରୁ ସ୍ପଷ୍ଟ ହେଉଛି । ରାଜ୍ୟରେ ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଛି । ଅଭିଯୋଗ ଶୁଣାଣି ହେଉଛି, ମୁଖ୍ୟମନ୍ତ୍ରୀ ସମାଧାନ ପାଇଁ ନିଦେ୍ର୍ଦଶ ଦେଉଛନ୍ତି, କିନ୍ତୁ ତାହା କାର୍ଯ୍ୟକାରୀ ହେଉନାହିଁ । ଏହା ରାଜ୍ୟ ସରକାରଙ୍କ ଅପାରଗପଣିଆକୁ ପ୍ରଦର୍ଷିତ କରୁଛି । ରାଜ୍ୟ ବିଜେପି ସରକାର କେବଳ ନିଜ ପିଠି ନିଜେ ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking