ନୂଆଦିଲ୍ଲୀ : ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । କହିଲେ ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ , ସମୃଦ୍ଧି ଓ ଏକତା ଆଣିଦେଉ । ଉଜ୍ଜଳ ଓ ସମୃଦ୍ଧିଶୀଳ ଦେଶ ନିର୍ମାଣ ସଂକଳ୍ପକୁ ପୁନର୍ଜୀବିତ କରିବାକୁ ଆହ୍ୱାନ ଦେଇଛନ୍ତି । ସେହିପରି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ନୂତନ ବର୍ଷ ଜୀବନରେ ସୁଯୋଗ , ସଫଳତା ସହ ଅସୁମାରୀ ସୁଖ ଆଣିଦେଉ । ସମୃଦ୍ଧି ସହ ଉତ୍ତମ ସ୍ୱାସ୍ଥ୍ୟର କାମନା କଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି, ନୂତନ ବର୍ଷ ଅବସରରେ ଓଡିଆ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା । ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ।