28.1 C
Bhubaneswar
Wednesday, February 4, 2026
Homeଓଡିଶାଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ: ମନ୍ତ୍ରୀ

ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ: ମନ୍ତ୍ରୀ

ଭୁବନେଶ୍ୱର: ଗ୍ରୀନ ଷ୍ଟିକର ଗାଡିରେ ଲଗାଇବା ବାଧ୍ୟତାମୂଳକ ନୁହେଁ । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଏହି ମାସରେ ସମସ୍ତ ଆରଟିଓରେ ପର୍ଯ୍ୟାପ୍ତ ପରିମାଣ ଗ୍ରୀନ ଷ୍ଟିକର ଦିଆଯିବ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ । କୌଣସି ଦେୟ ଦେବାକୁ ପଡିବନି । ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବ୍ୟକତା ନାହିଁ ।  ଗତକାଲି ପରିବହନ ବିଭାଗ ମନ୍ତ୍ରୀ କହିଥିଲେ ସବୁ ଆରଟିଓରେ ଖୋଲିବ ସ୍ପେଶାଲ କାଉଣ୍ଟର । ଷ୍ଟିକର ଦେବା ଆଗରୁ ପଲ୍ୟୁସନ୍ ସାର୍ଟିଫିକେଟ୍ ଯାଞ୍ଚ ହେବ । ଏହା ସହ ଆରସି ଏବଂ ବାହାନ ଡାଟାବେସ୍ ଭଲଭାବରେ ଚେକିଂ କରାଯିବ । ଗ୍ରୀନ୍ ଷ୍ଟିକର ଆଣିବା ବେଳେ ଦେଖାଇବାକୁ ପଡିବ ଅରିଜିନାଲ୍ ପିୟୁସିସି, ଆରସି କପି ଏବଂ ପରିଚୟପତ୍ର । ସୂଚନାଯୋଗ୍ୟ, ସମ୍ପ୍ରତି ପରିବହନ ବିଭାଗ ପିୟୁସିସି ପାଇଁ ସମୟ ଅବଧି ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରିଥିଲେ । ସେହି ସମୟରେ ପରିବହନ ମନ୍ତ୍ରୀ ଗ୍ରୀନ୍ ଷ୍ଟିକର ନେଇ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଗ୍ରୀନ୍ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ନୁହେଁ । ଗ୍ରୀନ୍ ଷ୍ଟିକର ମାରିବା ଦ୍ୱାରା ଚେକିଂ ସମୟରେ ସହଜ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking