31.1 C
Bhubaneswar
Wednesday, March 25, 2026
Homeଓଡିଶାଖୁବଶୀଘ୍ର ରାଜ୍ୟରେ ଗଡିବ ଗ୍ରୀନ ହାଇଡ୍ରୋଜେନ ବସ

ଖୁବଶୀଘ୍ର ରାଜ୍ୟରେ ଗଡିବ ଗ୍ରୀନ ହାଇଡ୍ରୋଜେନ ବସ

ଭୁବନେଶ୍ୱର : ନର୍ଦ୍ଦମା ଗାଡିରୁ ଗଡିବ ବସ ।  ଖୁବଶୀଘ୍ର  ହାଇଡ୍ରୋଜେନ ବସ ରାଜ୍ୟରେ ଗଡିବା ପାଇଁ ଏକ  ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା  ହାଇଡ୍ରୋଜେନ ବସ ଗଡିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ପ୍ରାଥମିକ ପର‌୍ୟ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ ମଧ୍ୟରେ ଗଡିବ ଏହି ବସ୍‌। ଏନେଇ ଲୋକସେବା ଭବନରେ ଏକ ଗକ୍ଟଟ ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।  ପ୍ରାଥମିକ ପର‌୍ୟ୍ୟାୟରେ ୩ଟି ବସ୍ ଚଳାଚଳ କରିବ। ଉପମୁଖ୍ୟ ମନ୍ତ୍ରୀ ତଥା ଶକ୍ତି ବିଭାଗ ମନ୍ତ୍ରୀ କେଭି ସିଂଦେଓ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ତେବେ ହାଇଡ୍ରୋଜେନ୍ ପ୍ରସ୍ତୁତି ନିମନ୍ତେ ଘଞଚଉ କୁ ରାଜ୍ୟ ସରକାର ଗାଡକଣଠାରେ ଏକ ଜାଗା ପ୍ରଦାନ କରିଛନ୍ତି। ଯେଉଁଠି ନର୍ଦ୍ଦମା ଜଳରୁ ହାଇଡ୍ରୋଜେନ୍ ପ୍ରସ୍ତୁତ କରିବ ଘଞଚଉ।ବସ୍‌ର ଦାମ ପ୍ରାୟ ୨ କୋଟି ଟଙ୍କା ରହିବ ବୋଲି ସୂଚନା ଦେଇଛନ୍ତି ଘଞଚଉ କର୍ତ୍ତୃପକ୍ଷ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking