ଭୁବନେଶ୍ୱର: ଆଜି ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଭିଜିଲାନ୍ସରେ ବରିଷ୍ଠ ପାହ୍ୟାରେ ୪୮ଟି ନୂଆ ପଦବୀ ସୃଷ୍ଟିକୁ ମଞ୍ଜୁରୀ ଦେଇଛନ୍ତି । ଏହାସହିତ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ ଓ କର୍ମଚାରୀମାନଙ୍କ ଗ୍ରାଚୁଇଟି ପରିମାଣକୁ ୫ଲକ୍ଷ ଟଙ୍କାରୁ ସାଢ଼େ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ଭିଜିଲାନ୍ସରେ ୮ଟି ଅତିରିକ୍ତ ଏସପି, ୨୪ଟି ଡିଏସପି ଓ ୧୬ଟି ପୁଲିସ ସବଇନ୍ସପେକ୍ଟର ପଦବୀ ସୃଷ୍ଟି କରାଯାଇଛି । ସେହିପରି ବିଭିନ୍ନ ଶିକ୍ଷକ ସଂଘମାନଙ୍କର ଅନୁରୋଧରେ ମୁଖ୍ୟମନ୍ତ୍ରୀ ଆଜି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର କର୍ମଚାରୀମାନଙ୍କ ଗ୍ରାଚୁଇଟି ପରିମାଣକୁ ସାଢ଼େ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚୁଇଟି ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି ହେଲା । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଶିକ୍ଷକ ସଂଘ ମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।