27.1 C
Bhubaneswar
Monday, March 30, 2026
Homeଓଡିଶାଏଆଇସିସ କିଷାନ କଂଗ୍ରେସ ନୂତନ ଜାତୀୟ ସଂଯୋଜକଙ୍କ କୃତଜ୍ଞତା

ଏଆଇସିସ କିଷାନ କଂଗ୍ରେସ ନୂତନ ଜାତୀୟ ସଂଯୋଜକଙ୍କ କୃତଜ୍ଞତା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ଅମିୟ କୁମାର ପଟ୍ଟନାୟକ ଏଆଇସିସି କିଷାନ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ସୁଖପାଲ ସିଂ ଖୈରାଙ୍କ ଅନୁମୋଦନ କ୍ରମେ ଏଆଇସିସି କିଷାନ କଂଗ୍ରେସର ନୂତନ ଜାତୀୟ ସଂଯୋଜକ ସହିତ ପଶ୍ଚିମବଙ୍ଗ ଏବଂ ମିଜୋରାମ ରାଜ୍ୟର ପ୍ରଭାରୀ ରୂପେ ନିଯୁକ୍ତ ହୋଇଥିବାରୁ ନବ ନିଯୁକ୍ତ ଜାତୀୟ ସଂଯୋଜକ ଶ୍ରୀ ପଟ୍ଟନାୟକ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖାର୍ଗେ, ପ୍ରାକ୍ତନ ଏଆଇସିସି ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ, ଲୋକସଭାର ମାନ୍ୟବର ବିରୋଧୀଦଳ ନେତା ଶ୍ରୀମାନ୍ ରାହୁଳ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳ, ଏଆଇସିସି କିଷାନ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ସୁଖପାଲ ସିଂ ଖୈରା, ଏଆଇସିସି ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ ଲାଲୁ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ଓ ପ୍ରଦେଶ କଂଗ୍ରେସ କମିଟିର ସମସ୍ତ ପୂର୍ବତନ ସଭାପତିମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ କଂଗ୍ରେସ ଦଳର ନୀତି, ଆଦର୍ଶକୁ ନେଇ ରାଜ୍ୟ ତଥା ଦେଶର କୃଷକମାନଙ୍କୁ ସଂଗଠିତ କରି ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking