ଭୁବନେଶ୍ୱର: ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, ବ୍ୟାଙ୍କ, ବୀମା, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କର ସ୍ୱାଧୀନ ଫେଡେରେସନ ମାନଙ୍କ ମିଳିତ ସହଯୋଗ ଓ କଂଗ୍ରେସ ଦଳ ଓ ବାମପନ୍ଥୀ ରାଜନୈତିକ ଦଳ ଗୁଡ଼ିକ ଅକୁଣ୍ଠ ସମର୍ଥନ ହେତୁ ରାଜ୍ୟରେ ଧର୍ମଘଟ ଓ ବନ୍ଦ ସଫଳ ହୋଇଥିବାରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତଥା ସମସ୍ତ କେନ୍ଦ୍ରୀ ଶ୍ରମିକ ସଂଗଠନ ତରଫରୁ ଚାଷୀ ମୂଲିଆ, ଶ୍ରମିକ କର୍ମଚାରୀ ଓ ଓଡ଼ିଶା ଜନସାଧାରଣ ତଥା କଂଗ୍ରେସ ଦଳ ଏବଂ ବାମପନ୍ଥୀ ରାଜନୈତିକ ଦଳ ସମର୍ଥନ ସହଯୋଗ ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ଡ.ରାମଚନ୍ଦ୍ର ଖୁଂଟିଆ, କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ରାଜ୍ୟରେ ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ଅନୁଗୁଳ, ଝାରସୁଗୁଡା, କେନ୍ଦ୍ରାପଡା ଭଳି ସ୍ଥାନରେ ରାସ୍ତାଘାଟ, ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ଥିଲାବେଳେ, ତାଳଚେର କୋଇଲା ଖଣି ଓ ବିଭିନ୍ନ ବ୍ୟାଙ୍କ, ଇନ୍ୟୁସରାନସ୍ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ଥିଲା ।
ଏନଟିପିସି ତାଳଚେର, ଏନଟିପିସି କଣିଆ, ନାଲକୋ-ଅନୁଗୁଳ, ନାଲକୋ ଦାମନଯୋଡି, ଇଲେକ୍ଟ୍ରିସିଟି ଓ ସାରା ରାଜ୍ୟରେ ଏହି ଧର୍ମଘଟ ସଫଳ ହୋଇଛି । କେନ୍ଦ୍ର ସରକାର ତୁରନ୍ତ ଲେବର ଷ୍ଟାଣ୍ଡିଙ୍ଗ କମିଟି ଓ ଇଣ୍ଡିଆନ ଲେବର କନଫରେନ୍ସ ଡାକି ଗୁରୁତ୍ୱପୂର୍ଣ୍ଣ ଦାବି ଗୁଡ଼ିକ ସଂପର୍କରେ ଦ୍ୱିପାକ୍ଷିକ-ତ୍ରୀପାକ୍ଷିକ ଆଲୋଚନ ସମାଧାନ କରିବା ପାଇଁ ଓଡ଼ିଶା ରାଜ୍ୟ ସଭାପତି, ଜାତୀୟ ଉପସଭାପତି ତଥା ପ୍ରାକ୍ତନ ସାଂସଦ ଡ ରାମଚନ୍ଦ୍ର ଖୁଂଟିଆ ଦାବି କରିଛନ୍ତି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆହ୍ୱାନରେ ଭୁବନେଶ୍ୱରରେ ମାଷ୍ଟରକ୍ୟାଂଟିନ ଛକ, ରାଜମହଲ, ପିଏମଜି ଛକରେ ଧାରଣା, ଶୋଭାଯାତ୍ରା ଓ ଆନ୍ଦୋଳନରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ସମେତ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ,ପ୍ରଶାନ୍ତ ମହାପାତ୍ର, କୋଷାଧ୍ୟକ୍ଷ ଧରଣୀ ସ୍ୱାଇଁ, ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ, ମହିଳା ସଭାନେତ୍ରୀ ପ୍ରଣତୀ ମିଶ୍ର, ସିଲି ସେଠୀ, ବିଣାପାଣି ସାମଲ, ଚିନ୍ମୟ ସୁନ୍ଦର ଦାସ, ଜୟକୃଷ୍ଣ ମାଲିଆ, ମାନସ କର, ରଶ୍ମିରଞ୍ଜନ ପରିଡା, ମାନସ ପାତ୍ର, ଭରତ ପରିଡା, ସଂଜୀବ ବେହେରା, ସଂକୁନା କଂଅର, ତପତି ଦତ, ବାନାମ୍ବର ବେହେରା, ଶରତ ଚନ୍ଦ୍ର ଖୁଂଟିଆ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ ।










