26.1 C
Bhubaneswar
Friday, August 8, 2025
Homeଦେଶ ବିଦେଶଚର୍ମ କର୍କଟରେ ପୀଡ଼ିତ ଜେଜେ ମା’କୁ ଅଳିଆ ଗଦାରେ ଫିଙ୍ଗିଲା ନାତି

ଚର୍ମ କର୍କଟରେ ପୀଡ଼ିତ ଜେଜେ ମା’କୁ ଅଳିଆ ଗଦାରେ ଫିଙ୍ଗିଲା ନାତି

ମୁମ୍ବାଇ: ମାୟାନଗରୀ ମୁମ୍ବାଇରୁ ଏକ ମର୍ମସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଏଥିରେ ଜଣେ କ୍ୟାନସର ପୀଡ଼ିତା ୬୦ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ନିଜ ନାତି ଘର ବାହାରେ ଥିବା ଏକ ଅଳିଆ ଗଦାକୁ ଫିଙ୍ଗିଦେଇଥିବା ଜଣାପଡ଼ିଛି । ଶନିବାର ବୃଦ୍ଧାଙ୍କୁ ସହରର ଆରେ କଲୋନୀକୁ ଲାଗିଥିବା ରାସ୍ତା ପାଶ୍ୱର୍ ଅଳିଆ ଗଦାରୁ ଅତ୍ୟନ୍ତ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ତେବେ ବୃଦ୍ଧାଜଣକ ନିଜ ବୟାନ୍‌ରେ କହିଛନ୍ତି ଯେ, ସେ ଦୀର୍ଘ ଦିନ ଧରି ସ୍କିନ୍ କ୍ୟାନସର (ଚର୍ମ କର୍କଟ) ସହ ଜୁଝୁଥିବା ବେଳେ ତାଙ୍କ ନାତି ତାଙ୍କୁ ବାରମ୍ବାର ଘରୁ ବାହାରିଯିବାକୁ କହୁଥିଲେ । କିନ୍ତୁ ଏବୟସରେ ସେ କେଉଁଠିକୁ ଯିବେ ବୋଲି ଭାବି ସେଠାରେ ପଡ଼ିରହିଥିଲେ ।

ତେବେ ଦିନକ ପୂର୍ବେ ତାଙ୍କ ନାତି ତାଙ୍କୁ ନେଇଆସି ଏଠାରେ ଥିବା ଅଳିଆ ଗଦାରେ ଫୋପାଡ଼ି ଦେଇଥିଲେ । ଏହି ୬୦ ବର୍ଷୀୟା ବୃଦ୍ଧାଙ୍କ ନାମ ଯଶୋଦା ଗାୟକୱାଡ ବୋଲି ଜଣାପଡିଛି । ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ଏବଂ ବୃଦ୍ଧାଙ୍କ ପରିବାର ଲୋକଙ୍କୁ ଖୋଜୁଛି । ପୁଲିସ୍ ସେମାନଙ୍କୁ ଖୋଜୁଥିବା ଜାଣିବା ପରେ ପୁରା ପରିବାର ଏବେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ବୃଦ୍ଧା ମହିଳାଙ୍କୁ ଏଠାରେ ଥିବା କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବୃଦ୍ଧା ମହିଳା ତାଙ୍କ ପରିବାର ସଦସ୍ୟଙ୍କ ଦୁଇଟି ଠିକଣା (ଗୋଟିଏ ମଲାଡ ଏବଂ ଅନ୍ୟଟି କାଣ୍ଡିଭାଲି) ଦେଇଥିବା ବେଳେ ପୁଲିସ୍ ଚଢ଼ଉ କରିଛି । ସମ୍ପର୍କୀୟମାନଙ୍କୁ ଖୋଜିବା ପାଇଁ ମଧ୍ୟ ବୃଦ୍ଧାଙ୍କ ଫଟୋ ସମସ୍ତ ପୁଲିସ୍ ଷ୍ଟେସନରେ ସେୟାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking