କେନ୍ଦ୍ରାପଡା: ପୋଖରୀରେ ଗାଧୋଇବା ବେଳେ ବୁଡି ୧୧ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ ଏଭଳି ଅଘଟଣ ଘଟିଛି । ସଂପର୍କୀୟ ଦାଦାର ଶୁଦ୍ଧକ୍ରିୟା ଦିନ ସାନମଙ୍ଗ ଗାଁରେ ଅଘଟଣ ଘଟିଛି । ଶୁଦ୍ଧକ୍ରିୟା ସାରି ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ନାବାଳକ । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ପରିବାରରେ ଗୋଟିଏ ଦୁଃଖ ନ ସରୁଣୁ ପୁଣି ଆଉ ଗୋଟିଏ ଦୁଃଖ ଫେରି ଆସିଲା ।










