25.1 C
Bhubaneswar
Saturday, December 20, 2025
Homeଓଡିଶାଦାଦାର କଟାମୁଣ୍ଡ ଧରି ଥାନାରେ ହାଜର ପୁତୁରା

ଦାଦାର କଟାମୁଣ୍ଡ ଧରି ଥାନାରେ ହାଜର ପୁତୁରା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ତଳକଇଁସାରି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। । ଦାଦାର କଟାମୁଣ୍ଡ ଧରି ଥାନାରେ ହାଜର ପୁତୁରା। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି। କଟାମୁଣ୍ଡକୁ ନେଇ ଶୁଆକାଟି ଫାଣ୍ଡିରେ ପୁତୁରା ଆତ୍ମସମର୍ପଣ କରିଛି। ପାରିବାରିକ ବିବାଦ କାରଣରୁ  ସମ୍ପର୍କୀୟ କକା ହରି ଦେହୁରୀକୁ ନୃଶଂସ ଭାବେ ହତ୍ୟା କରିଛି ପୁତୁରା କବି ଦେହୁରୀ । ଭଭୟ କକା ଓ ପୁତୁରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଶତୃତା ଲାଗି ରହିଥିଲା। ଗତକାଲି ରାତିରେ କକା ହରି ଦେହୁରୀ ଦଣ୍ଡ ଯାତ୍ରା ଦେଖିବାକୁ ଯାଇଥିବା ବେଳେ, ପୁତୁରା କବି ଦେହୁରୀ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ହରିଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା । କଟାମୁଣ୍ଡକୁ ଏକ ବ୍ୟାଗରେ ପୁରାଇ ହତ୍ୟାକାରୀ ପୁତୁରା କବି ଦେହୁରୀ ଶୁଆକାଟ ଫାଣ୍ଡିରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ସଦର ଥାନାଧିକାରୀ, ସଦର ଏସଡିପିଓ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking