16.1 C
Bhubaneswar
Saturday, December 13, 2025
Homeଓଡିଶାନାତିର ମୃତ୍ୟୁ ଖବର ଶୁଣି ଟଳି ପଡିଲେ ଜେଜେମା

ନାତିର ମୃତ୍ୟୁ ଖବର ଶୁଣି ଟଳି ପଡିଲେ ଜେଜେମା

ବଲାଙ୍ଗୀର: ୧୮ ବର୍ଷୀୟ ନାତିର ମୃତ୍ୟୁ ଖବର ଶୁଣି ଜେଜେମା ଟଳି ପଡିଲେ । ବଲାଙ୍ଗୀର ସଦର ଥାନା ଆର ଆର କଲୋନୀରେ ଏହି ଅଭାବନୀୟ  ଘଟଣା ଘଟିଛି । ଏହି କଥାଶୁଣି ସାରା ବଲାଙ୍ଗୀର ସହର ଆଜି ସ୍ତବ୍ଧ ହୋଇଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ସୁମନ ଖୁଆଙ୍କ ପେଟ ବ୍ୟଥା ହେଉଥିଲା ।  ପରିବାର ଲୋକେ ଭୀମଭୋଇ ମେଡିକାଲ କଲେଜକୁ ନେଇଥିଲେ । ଡାକ୍ତର ଚିକତ୍ସା କରିବା ପରେ ଘରକୁ ପଠାଇଦେଇଥିଲେ । ହେଲେ ଆଜି ସକାଳେ ପୁଣି ସୁମନଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିବାର ଲୋକେ ମେଡିକାଲ ଆଣିଥିଲେ  ଚିକିତ୍ସା ପରେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯୁକ୍ତ ୨ରେ ପଢୁଥିଲେ ସୁମନ ଖୁଆ । ଅନ୍ୟପଟେ ନାତିଙ୍କ ମୃତ ଖବର ଶୁଣି ୭୦ ବର୍ଷୀୟା ଜେଜେମାଙ୍କର ମୃତ୍ୟୁ ହୋଇଛି । ଶ୍ମଶାନରେ ଏକାଠି ଜଳୁଛି ଜେଜେମା , ନାତିର ଜୁଇ ।  ଏନେଇ ପରିବାରର ଲୋକେ ଦୁଃଖରେ  ଭାଙ୍ଗିପଡିଛନ୍ତି । ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking