27.1 C
Bhubaneswar
Friday, December 19, 2025
Homeଓଡିଶାଜମିବାଡ଼ି ବିବାଦ: ଜେଜେମାକୁ ଗାଡି ଚଢାଇ ହତ୍ୟା ଅଭିଯୋଗ

ଜମିବାଡ଼ି ବିବାଦ: ଜେଜେମାକୁ ଗାଡି ଚଢାଇ ହତ୍ୟା ଅଭିଯୋଗ

ଯାଜପୁର: ଜମିବାଡ଼ି ବିବାଦକୁ ନେଇ ଜେଜେମା କୁ ଗାଡି ଚଢାଇ ହତ୍ୟା ଅଭିଯୋଗ। ୮୦ ବର୍ଷୀୟା ବୃଦ୍ଧାକୁ ପିକଅପ ଗାଡି ଚଢାଇ ହତ୍ୟା କଲା ପୁଅ ଓ ନାତି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ପଂଚାୟତରେ ଖାଂଦାରାପୁର ସିଙ୍ଗଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ୮୦ ବର୍ଷୀୟ ବୃଦ୍ଧା ଜୁଳି ସାହୁ। ଆଜି ଅପରାହ୍ନରେ ବୃଦ୍ଧାଙ୍କୁ ଧରି ଝିଅ ଅନିତା ଥାନା ଅଭିମୁଖେ ଯାଉଥିବା ସମୟରେ ନାତି ଏକ ପିକଅପ ଗାଡି ରେ ଆସି ଗାଡି ଚଢାଇ ଦେଲା। ପରେ ଝିଅ ବୃଦ୍ଧା ମା କୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ ଘଟଣା ସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking