16.1 C
Bhubaneswar
Tuesday, December 9, 2025
Homeଓଡିଶାଗୁଣିଗାରେଡ଼ି ପାଇଁ ପୁତୁରାକୁ ବଳି: ବଡ଼ବାପାଙ୍କୁ ଆଜୀବନ କାରାଦଣ୍ଡ

ଗୁଣିଗାରେଡ଼ି ପାଇଁ ପୁତୁରାକୁ ବଳି: ବଡ଼ବାପାଙ୍କୁ ଆଜୀବନ କାରାଦଣ୍ଡ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଜଡ଼ାମୁଣ୍ଡା ଗାଁରେ ଭଲ ଚାଷ ପାଇଁ ଗୁଣି ଗାରେଡ଼ି କରି ବଡ଼ବାପା ନିଜ ପୁତୁରାକୁ ଚାଷଜମିରେ ପୂଜାପାଠ କରି ବଳି ଦେଇଥିଲା । ଏହି ମାମଲାରେ ନୂଆପଡ଼ ଅତିରିକ୍ତ ଦୌରାଜଜ୍ ସୁନୀଲ କୁମାର ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ  ଅଭିଯୁକ୍ତ ଚିନ୍ତାମଣି ମାଝୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୯ ଅଗଷ୍ଟ ୮ରେ କୋମନା ଥାନା ଜଡ଼ାମୁଣ୍ଡା ଗାଁର ଚିନ୍ତାମଣି ନିଜ ନାବାଳକ ପୁତୁରା ଧନସିଂ ମାଝୀଙ୍କୁ ଗଛ କାଟିବା ପାଇଁ ଚାଷଜମିକୁ ଡାକି ଥିଲେ । ପୂର୍ବରୁ ସେଠି ଗୁଣି ଗାରେଡ଼ି କରି ଭଲ ଚାଷ ଅମଳ ପାଇଁ ପୂଜାପାଠ କରିଥିଲେ । ଧନସିଂ ଗଛ କାଟିବା ସମୟରେ ଚିନ୍ତାମଣି ପଛପଟୁ ଏକ ଧାରୁଆ କାତିରେ ଆକ୍ରମଣ କରିଥିଲେ। ସେଠି ଘଟଣା ସ୍ଥଳରେ ଧନସିଂଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ମୃତ୍ୟୁ ହୋଇଥିଲା । ଆଜି ନୂଆପଡ଼ା ଅତିରିକ୍ତ ଦୌରାଜଜ୍ ଶ୍ରୀ ଦାସ ହତ୍ୟା ଘଟଣାର ଶୁଣାଣି କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବଡ଼ବାପା ଚିନ୍ତାମଣିଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଣି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking