16.1 C
Bhubaneswar
Saturday, December 13, 2025
Homeଓଡିଶାନାତୁଣୀୁ ସହ ଦୁଷ୍କର୍ମ ଉଦ୍ୟମ କଲା ଜେଜେବାପା

ନାତୁଣୀୁ ସହ ଦୁଷ୍କର୍ମ ଉଦ୍ୟମ କଲା ଜେଜେବାପା

ବାଲେଶ୍ୱର: ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରି ବିରୋଧିଦଳଙ୍କ ହଙ୍ଗାମା ଜୋରଦାର ହୋଇଥିବାବେଳେ ବାଲେଶ୍ୱରରୁ ପୁଣି ଏକ ଲଜ୍ୟାଜନକ ଘଟଣା ସମ୍ନାକୁ ଆସିଛି । ୭ ବର୍ଷ ନାବାଳିକାକୁ ଜଣେ ସମ୍ପର୍କୀୟ ଜେଜେବାପା ଦୁଷ୍କର୍ମ କରିଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଅଭିଯୁକ୍ତ ଜେଜେବାପାକୁ ଥାନାରେ ପୋଲିସ ଅଟକ ରଖିଛି । ବସ୍ତା ଅମର୍ଦ୍ଦାରୋଡ ଫାଣ୍ଡି ଅଞ୍ଚଳରେ ଘଟିଛି ଏହି ଆମାନବୀୟ ଘଟଣା । ନାବାଳିକା ଜଣକ ପଡୋଶୀ ଘରକୁ ଯିବା ସମୟରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦଖାଇ ଘରକୁ ଡାକି ନେଇଥିଲେ ଏବଂ ଦୁଷ୍କର୍ମ ଉଦ୍ୟମ କରିଥିଲା । ଝିଅର ଚିତ୍କାର ଶୁଣି ପଡୋଶୀ ଆସି ନାବାଳିକାଙ୍କୁ ଉଦ୍ଧଆର କରିଥିଲେ । ପରିବାର ଲୋକେ ଏ ସମ୍ପର୍କରେ ଅମର୍ଦ୍ଧାରୋଡ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଉଠାଇ ଆଣି ପଚରାଉଚରା କରୁଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking