28.1 C
Bhubaneswar
Monday, July 1, 2024
Homeଓଡିଶାକ୍ରୀଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ଶୁଭ ଉଦଘାଟନ

କ୍ରୀଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ଶୁଭ ଉଦଘାଟନ

ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପରିଷଦସ୍ଥିତ ରାଜୀବଗାନ୍ଧୀ ଷ୍ଟାଡିୟମ ନିକଟରେ ଅବସ୍ଥିତ କ୍ରୀଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲର ଇତିମଧ୍ୟରେ ଶୁଭ ଉଦଘାଟନ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ କୁଶଚନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ କ୍ରୀଷ୍ଣ ଚାରିଟେବୁଲ ପ୍ରୋଗ୍ରେସିଭ ଟ୍ରଷ୍ଟର ଏକ ଶାଖାରୂପେ ଏହାର କାର୍ଯ୍ୟ ଆରମ୍ଭ କରିଛି । ବ୍ୟାସନଗର ପୌରପରିଷଦ , କୋରାଇ ବ୍ଲକ ଓ ଦାନଗଦି ବ୍ଲକର ଗରୀବଶ୍ରେଣୀର ଛାତ୍ରଛାତ୍ରୀମାନେ ଅର୍ଥାଭାବହେତୁ ନିକଟସ୍ଥ ଅନ୍ୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଲାଭ କରିପାରୁନଥିବାରୁ କ୍ରୀଷ୍ଣ ଇଣ୍ଟରନ୍ୟାସନାଲ ସ୍କୁଲ ସେମାନଙ୍କୁ ସମସ୍ତପ୍ରକାର ସୁବିଧା ସୁଯୋଗ ଦେବା ଆରମ୍ଭକରିଛି । ଏପରିକି ନାମଲେଖା ଫି. ଗରୀବ ପିଲାଙ୍କ କ୍ଷେତ୍ରରେ ସମ୍ପୂର୍ଣ ଛାଡ କରାଯାଇଛି ଓ ମାସିକ ୫୦୦/- ଟଙ୍କା ଟ୍ୟୁସନ ଫି. ଧାର୍ଯ୍ୟ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ପାଠ୍ୟଖସଡା ସହିତ ବିଦ୍ୟାଳୟରେ ଇଂରାଜୀ,ହିନ୍ଦୀ,ଓଡ଼ିଆ ଓ ସଂସ୍କୃତ ଭାଷାପ୍ରତି ଧ୍ୟାନଦିଆଯାଇ ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ବିକାଶ ଦିଗରେ ସମସ୍ତଯତ୍ନ ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କର ଶାରୀରିକ , ମାନସିକ , ନୈତିକ , ଆଧ୍ୟାତ୍ମିକ ତଥା ସାଂସ୍କୃତିକ ବିକାଶ ପାଇଁ ସମସ୍ତ ପଦକ୍ଷେପ ଯୋଗ୍ୟ ଶିକ୍ଷକମାନଙ୍କଦ୍ଵାରା ହୋଇପାରୁଛି ବୋଲି ଚେୟାରମ୍ୟାନ ଡ଼ଃ ପ୍ରଧାନ ଉପସ୍ଥିତ ସମସ୍ତ ଅଭିଭାବକ ,ବୁଦ୍ଧିଜିବୀ ମାନଙ୍କୁ ଅବଗତ କରାଇଥିଲେ । ଏହି ଅନୁଷ୍ଠାନ ଉତ୍ସର୍ଗ ,ତ୍ୟାଗ, ଉତ୍ତରଦାୟିତ୍ଵ ଓ ପ୍ରତିବଦ୍ଧତାକୁ ପାଥେୟକରି ଛାତ୍ରସମାଜର ସର୍ବାଙ୍ଗୀନ ଉନ୍ନତିଦିଗରେ କାର୍ଯ୍ୟ କରୁଛି ବୋଲି ସମସ୍ତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ପ୍ରଥମେ ପ୍ରଭୁ ଗଜାନନଙ୍କର ମୂର୍ତ୍ତିରେ ମାଲ୍ୟାର୍ପଣ ସହ ପୂଜାର୍ଚନା କରାଯିବାପରେ ଅନୁଷ୍ଠାନର ଶୁଭଉଦଘାଟନ କରଯାଇଥିଲା । ଡ଼ଃ ପ୍ରଧାନ ଯିଏକି ଏହି ଅନୁଷ୍ଠାନର ଅଧ୍ୟକ୍ଷ ତଥା ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ,ଆଞ୍ଚଳିକ ମହାବିଦ୍ୟାଳୟ ସ୍ଵମପଟନାର ଅଧ୍ୟକ୍ଷ,ପଞ୍ଚାୟତ ହାଇସ୍କୁଲ, ବିଛାଖଣ୍ଡିର ପ୍ରତିଷ୍ଠାତା ଏବଂ ଆନ୍ତର୍ଜାତୀୟ ଇଂରାଜୀ ପତ୍ରିକା ରକ୍ ପେବଲ୍ ର ସଭାପତି ତଥା କଳିଙ୍ଗନଗର ପୁସ୍ତକମେଳାର ସାଧାରଣ ସମ୍ପାଦକ ସଭାପତିତ୍ଵ କରିଥିବା ବେଳେ ସୋନାଲୀ ,ସ୍ଵପ୍ନା ,ପାପାଲି,ମୀରା, ଦୀପିକା, ରିଙ୍କି ଓ ଶିବାଜୀ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ । ତତ୍ପଶ୍ଚାତ ଉପସ୍ଥିତ ଅତିଥି ବରିଷ୍ଠ ପ୍ରାକ୍ତନ ପ୍ରଶାସକ ମଧୁସୂଦନ ମହାପାତ୍ର ,ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢୀ ,ପ୍ରାକ୍ତନ କୋଷାଗାର ଅଧିକାରୀ ମାଧବାନନ୍ଦ ବଳ ,ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଦୁଷ୍ମନ୍ତ ନାୟକ ,ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ ରାଉତ ,ପ୍ରାକ୍ତନ ହିନ୍ଦୀଶିକ୍ଷକ ରଘୁନାଥ ବେହେରା,ପ୍ରଶାନ୍ତ ପ୍ରଧାନ,ଦେବାଶିଷ ଜେନା ,ସୁଶାନ୍ତ ସାହୁ ଅତିଥିଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଭାର୍ଗବୀ ପ୍ରିୟଦର୍ଶିନୀ, ସତ୍ୟଭାମା ମଣ୍ଡଲ ,ଇତୀଶ୍ରୀ ଦାସ ,ପୂଜାରାଣୀ ସାହୁ, ଚିତ୍ତରଞ୍ଜନ ମଲ୍ଲିକ ,ପଙ୍କଜ କୁମାର ଜେନା,ମୁକ୍ତିପ୍ରସାଦ ଦାସ,ସୁନିତା ଜେନା ,ବୈଦୁତିକ ଓ ମୁଦ୍ରଣ ଗଣମାଧ୍ୟମର ଅଧିକାରୀ ତଥା ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉଦଘାଟନ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ଶେଷରେ ଚିତ୍ତରଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ ବଣ୍ଟନ କରଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking