ରାୟଗଡା : ଖଳାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଳକ ବାଇସିଂ ପଞ୍ଚାୟତ ଦୁମାଗୁଡା ଗ୍ରାମରେ । ଗତକାଲି ଅପରାହ୍ନରେ ହଠାତ୍ ଖଳାରେ ନିଆଁ ଲାଗିଯାଇଥିଲା । ୬ ଜଣ ଆଦିବାସୀ ଚାଷୀଙ୍କ ପ୍ରାୟ ୧୫ ଏକର ଜମିର ୪ଶହରୁ ଉର୍ଦ୍ଧ୍ବ ଧାନ ବସ୍ତା ପୋଡି ନଷ୍ଟ ହୋଇଯାଇଛି । କେଉଁ କାରଣରୁ ଖଳାରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଥିଲେ । ଗ୍ରାମର ଆଦିବାସୀ ଚାଷୀ ଅଶାନ୍ତ କାଡ୍ରାକା, କ୍ରିଷ୍ଣାମା ମାଣ୍ଡାଙ୍ଗି,ବାଷ୍ଟାମା ମାଣ୍ଡାଙ୍ଗି, ତୁଲେ କଣ୍ଡାଗୋରୀ, ଇରକାଲି ମେଲେକା ଓ ରାଇସିଂ ମାଣ୍ଡାଙ୍ଗିଙ୍କ ଧାନ ନଷ୍ଟ ହୋଇଥିବା ଜଣାପଡିଛି । ତେବେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି ସରକାରୀ ସହାୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।










