ଭୁବନେଶ୍ୱର : ଏଚଏମପିଭି ମାର୍ଗଦର୍ଶିକା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏଚଏମପିଭି ମୁକାବିଲା ନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , କେନ୍ଦ୍ର ସରକାର କୌଣସି ମାର୍ଗଦର୍ଶିକା ଦେଇ ନାହାଁନ୍ତି । ତେଣୁ ରାଜ୍ୟ ସରକାର କିଛି ମାର୍ଗଗର୍ଶିକା ଆଣିନାହାନ୍ତି । ମାର୍ଗଦର୍ଶିକା ଆସିଲେ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯିବ । ମାସ୍କ ପିନ୍ଧିବା ନେଇ କୌଣସି ନିର୍ଦ୍ଦେଶ ଦେଇନୁ । ସମୟ ସମୟରେ ଏହାକୁ ସମୀକ୍ଷା କରାଯାଉଛି । ଚାଇନାରେ ବି କେସ କମିଛି ଭାରତରେ ବି କମିଛି । ଏ ଯାଏଁ ଓଡିଶାରେ କୌଣସି କେସ ଆସିନାହିଁ । ବ୍ୟସ୍ତ ହେବାର କିଛି ନାହିଁ , ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।