26.1 C
Bhubaneswar
Tuesday, September 17, 2024
Homeଓଡିଶାଗୋପାଳକୁ ପାଗଳ ଘୋଷଣା କରିବାକୁ ସରକାର ପାଗଳ ହେଉଛନ୍ତି: ନରସିଂହ

ଗୋପାଳକୁ ପାଗଳ ଘୋଷଣା କରିବାକୁ ସରକାର ପାଗଳ ହେଉଛନ୍ତି: ନରସିଂହ

ଭୁବନେଶ୍ୱର: ବିଧାନସଭାରେ ଶୂନ୍ୟକାଳରେ ନବଦାସ ହତ୍ୟା ମାମଲା କଥା ଉଠାଇଥିଲେ ବିରୋଧୀଦଳ ବିଧାୟକ ନେତା ନରସିଂହ ମିଶ୍ର । ବିରୋଧୀ ଦଳ ନେତା ଯେଉଁ ପ୍ରସଙ୍ଗ ଉଠେଇ ଉଦବେଗ ପ୍ରକାଶ କରିଛନ୍ତି, ସେଥିରେ ମୁଁ ସହମତ। ବାରମ୍ବାର ଏହି ପ୍ରସଙ୍ଗ ଉଠା ଯାଉଛି, ଆଜିକୁ ଷାଠିଏ ଦିନ ହେଇଗଲା। ଏସସିବିର ମେଡିକାଲ ଏକ୍ସପର୍ଟ କମିଟି ରିପୋର୍ଟ ଅନୁଯାୟୀ ଗୋପାଳ ପାଗଳ ନୁହେଁ। କିନ୍ତୁ ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ ହୋଇଯାଇଛନ୍ତି। ଏଫବିଆଇ ତଦନ୍ତ ପାଇଁ ସରକାର ସୁପାରିଶ କରିଥିବା କଥା କହୁଛନ୍ତି, ସେହି ତଦନ୍ତରେ ଗୋପାଳ ପାଗଳ କି ନୁହେଁ ତାହାର ତଦନ୍ତ ହେବ। ହେଲେ ଷାଠିଏ ଦିନ ପରେ ହତ୍ୟା ଷଡ଼ଯନ୍ତ୍ରର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିଲା ନାହିଁ। ଏଥିରୁ ସରକାର ଓ ପୋଲିସର ପାରିବା ପଣିଆ କେତେ ତାହା ଜଣାପଡୁଛି ବୋଲି ନରସିଂହ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking