20.1 C
Bhubaneswar
Thursday, February 12, 2026
Homeଓଡିଶାବାରିପଦାରୁ ଗଡ଼ିଲା ସରକାରୀ ବସ୍

ବାରିପଦାରୁ ଗଡ଼ିଲା ସରକାରୀ ବସ୍

ବାରିପଦା: ବାରିପଦା ବସଷ୍ଟାଣ୍ଡରୁ ଏଯାଏ କୌଣସି ‌ଘରୋଇ ବସ୍ ଚଳାଚଳ କରିପାରିନାହିଁ। ମ‌ାତ୍ର ପ୍ରଶାସନର ପଦକ୍ଷେପ ଫଳରେ ସେଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ୧୪ଟି ସରକାରୀ ବସ୍‌ ଗଡ଼ିଛି। ବସ୍ ସମୟ ନିର୍ଘଣ୍ଟକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବାରିପଦା ବସ୍‌ଷ୍ଟାଣ୍ଡରେ ତୁମୁଳକାଣ୍ଡ ଘଟିବା ପରେ ଗତକାଲିଠାରୁ ବାରିପଦାରୁ କୌଣସି ବସ୍ ଚଳାଚଳ କରୁ ନଥିବା ଜଣାଯାଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବସ୍ ଗଡ଼ୁନଥିବାର ସୂଚନା ରହିଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ ଚଳାଚକ ବନ୍ଦ ହୋଇଥିବା କାରଣରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ତୁରନ୍ତ ଘଟଣାର ସମାଧାନ କରି ବସ ଚଳାଚଳ ସ୍ବାଭାବିକ କରିବା ପାଇଁ ଦାବି ହୋଇଛି।

ଦୁର୍ଗା ନାମକ ଏକ ଘରୋଇ ବସ୍ ବାରିପଦାରୁ ବ୍ରହ୍ମପୁରକୁ ଅଧିକାଂଶ ଦିନ ବିଳମ୍ବରେ ଯାଏ। ଏହାକୁ ନେଇ ଗତକାଲି ରାତି ୮ ଟାରେ ଦୁର୍ଗା ବସ୍ ମ୍ୟାନେଜରଙ୍କୁ କିଛି ଲୋକ ମାରପିଟ କରିଥିଲେ। ଏହାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଗୋଟିଏ ଗୋଷ୍ଠୀର କିଛି ଯୁବକ ଖଣ୍ଡା ଓ ଭୁଜାଲି ଧରି ବସ୍‌ଷ୍ଟାଣ୍ଡରେ ପହଁଚି ଥିଲେ। ତାପରେ ହାଣି ଚାଲିଥିଲେ। ଏଥିରେ ୫ ଜଣ ଆହତ ହୋଇଥିଲେ। ଏହାକୁ ନେଇ ବସ୍ ଷ୍ଟାଣ୍ଡରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking