ଭୁବନେଶ୍ୱର: ୨୦୨୫ ପାଇଁ ଗୃହ ବିଭାଗ ପକ୍ଷରୁ ଘୋଷଣା ହେଲା ରାଜ୍ୟପାଳ ପଦକ । ମୋଟ୍ ୨୦ ଜଣଙ୍କୁ ମିଳିବ ରାଜ୍ୟପାଳ ପଦକ । ଆଇଜି ନୀତି ଶେଖର, ସତ୍ୟଜିତ ନାୟକଙ୍କୁ ମିଳିବ ରାଜ୍ୟପାଳ ପଦକ । ପୁରୀ ଏସପି ପ୍ରତୀକ ସିଂ, ଭିଜିଲାନ୍ସ ଏଏସପି ଅନୁପମା ମହାପାତ୍ର ପାଇବେ ପଦକ । ସଚିବାନନ୍ଦ ରଥ ଓ ପ୍ରସନ୍ନ ରାଉତଙ୍କୁ ମଧ୍ୟ ମିଳିବ ରାଜ୍ୟପାଳ ପଦକ । ଏହା ସହ ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନୀତ ହେବେ । ସେଥି ମଧ୍ୟରୁ ଓଡିଶାରୁ ଜଣେ ସିବିଆଇ ଅଧିକାରୀ ସମ୍ମାନୀତ ହେବେ । ସାହସିକତା ପାଇଁ ଓଡିଶାରେ ୪ ଜଣ ପାଇବେ ପଦକ । ଉଲ୍ଲେଖନୀୟ ସେବା ପାଇଁ ଓଡିଶାରୁ ୨ ଜଣଙ୍କୁ ମିଳିବ ପଦକ । ପ୍ରଶଂସନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପଦକ ।










