25.1 C
Bhubaneswar
Monday, December 22, 2025
Homeଓଡିଶାସି.ୟୁ.ଟି.ଏମ୍. ପରିଦର୍ଶନ କଲେ ରାଜ୍ୟପାଳ

ସି.ୟୁ.ଟି.ଏମ୍. ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର : ଚଳିତ ମଇ ୨୦ ତାରିଖ ଦିନ ମାନ୍ୟବର ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିକଟସ୍ଥ ରାମଚନ୍ଦ୍ରପୁରସ୍ଥିତ ସି.ୟୁ.ଟି.ଏମ୍. ( ସେଞ୍ଚୁରିଅନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ) ପରିଦର୍ଶନ କରି ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟପାଳଙ୍କ ଏହି ପରିଦର୍ଶନ ସମୟରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟପାଳ ବିଶ୍ୱବିଦ୍ୟାଳୟର ପଲିନେଟର୍ସ ପାରାଡାଇଜ୍, ଟ୍ରାନ୍ସଫର୍ମର୍ ଲ୍ୟାବସ୍, ୱେଷ୍ଟ୍ ଟୁ ୱେଲଥ୍ ଲ୍ୟାବ୍, ୱେଲ୍ ଉଡ଼୍ ଇଞ୍ଜିନିଅରିଂ ଲ୍ୟାବ୍, ଆପାରେଲ୍ ଆଣ୍ଡ୍ ଟେକ୍ସଟାଇଲସ ଇଞ୍ଜିନିଅରିଂ ଲ୍ୟାବ୍, ପ୍ଲମ୍ବିଙ୍ଗ୍ ଆଣ୍ଡ୍ ପାଇପ୍ ଲାଇନ୍ ଇଞ୍ଜିନିଅରିଂ ଲ୍ୟାବସ୍, ମାରିଟାଇମ୍ ସ୍କୁଲ ସିମୁଲେସନ୍ ଆଣ୍ଡ୍ ଆପ୍ଲାଏଡ଼ ଲର୍ଣ୍ଣିଙ୍ଗ୍ ଲ୍ୟାବ୍, ଇଲେକ୍ଟ୍ରିକାଲ ଆଣ୍ଡ୍ ଅଟୋମେଟିଭ ଲ୍ୟାବ୍, ଆଲାଏଡ ହେଲଥ୍ ସ୍କୁଲ ଲ୍ୟାବସ୍ ଇତ୍ୟାଦି ପ୍ରୟୋଗଶାଳା ପରିଦର୍ଶନ କରି କାର୍ଯ୍ୟଧାରା ଅନୁଧ୍ୟାନ କରିଥିଲେ ।

ଏହି ଅବସରରେ ଇଲେକ୍ଟ୍ରିକ୍ ଭେହିକଲ୍ ସମ୍ପର୍କିତ ଦକ୍ଷତା ବିକାଶ ତାଲିମ ନେଉଥିବା ଜିମ୍ବାୱେର ମିଡ଼୍ – କ୍ୟାରିଅର ସରକାରୀ ଅଧିକାରୀଙ୍କ ସହ ରାଜ୍ୟପାଳ ବାର୍ତ୍ତାଳାପ କରିଥିଲେ । ପରେ ପରେ ରାଜ୍ୟପାଳ ଅଧ୍ୟାପକ ଏବଂ ବିଶ୍ୱବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ପାରମ୍ପରିକ ଶିକ୍ଷା ଢାଞ୍ଚା ସହିତ ଦକ୍ଷତା ବିକାଶ ଆଧାରିତ ଶିକ୍ଷାକୁ ସମନ୍ଵିତ କରିବା ଦିଗରେ ବୃଦ୍ଧି ପାଉଥିବା ଗୁରୁତ୍ୱ ଉପରେ ରାଜ୍ୟପାଳ ଆଲୋକପାତ କାରି ଜାତୀୟ ଶିକ୍ଷାନୀତିରେ ଶିକ୍ଷା ଏବଂ ଦକ୍ଷତା ବିକାଶ ମଧ୍ୟରେ ସମନ୍ଵୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲେ । ଏତଦବ୍ୟତୀତ, ରାଜ୍ୟପାଳ ନିକଟ ଅତୀତରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠାନକୁ ଗସ୍ତ ସମୟର ଅନୁଭବ ଓ ଉପଲବ୍ଧି ଉପରେ ଅବତାରଣା କରିଥିଲେ । ଦକ୍ଷତା ବିକାଶ କ୍ଷେତ୍ରରେ ଏକ ସହଯୋଗୀ ମଡେଲ ସୃଷ୍ଟି କରିବାର ଆବଶ୍ୟକତା ସମ୍ପର୍କରେ ରାଜ୍ୟପାଳ ଉଲ୍ଲେଖ କରି ଯେଉଁ ପ୍ରତିଷ୍ଠାନ ଗୁଡିକରେ ଇନ୍ ହାଉସ୍ ଦକ୍ଷତା ବିକାଶ ତାଲିମ ସୁବିଧା ନାହିଁ ସେମାନଙ୍କୁ ତାଲିମ ସୁବିଧା ଥିବା କେନ୍ଦ୍ରରେ ତାଲିମ ନେବାର ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଦ୍ରୁତ ଗତିରେ ବିକଶିତ ହେଉଥିବା ବିଶ୍ୱରେ ବିଭିନ୍ନ ଆହ୍ୱାନର ମୁକାବଲା କରିବା ପାଇଁ ଯୁବପୀଢିଙ୍କୁ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ରାଜ୍ୟପାଳ କହିବା ସହିତ ସି.ୟୁ.ଟି.ଏମ୍.ର ଅଭିନବ ପଦକ୍ଷେପକୁ ପ୍ରଶଂସା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking