18.1 C
Bhubaneswar
Thursday, February 5, 2026
Homeଓଡିଶାରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ଯୋଗଦେଲେ ରାଜ୍ୟପାଳ 

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ଯୋଗଦେଲେ ରାଜ୍ୟପାଳ 

ଭୁବନେଶ୍ୱର: ସ୍ୱଚ୍ଛତା ଗୋଟିଏ ଦିନ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ ବରଂ ଏହା ଏକ ନିରନ୍ତର ପ୍ରୟାସ ହେବା ଉଚିତ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଦେଇଛନ୍ତି। ଆଜି ଭୁବନେଶ୍ୱରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ସ୍ୱଚ୍ଛ ପରିବେଶ ବଜାୟ ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ କହିଛନ୍ତି ଯେ, ପରିବେଶକୁ ସଫା ରଖିବା ହେଉଛି ପ୍ରକୃତରେ ନିଜକୁ ସଫା ରଖିବା। ସ୍ୱଚ୍ଛତା ଓ ସ୍ୱଚ୍ଛ ପରିବେଶ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାକୁ ରୋକିବାରେ ସାହାଯ୍ୟ କରେ ଏବଂ ଜନସାଧାରଣଙ୍କ ସର୍ବାଙ୍ଗୀନ କଲ୍ୟାଣକୁ ପ୍ରୋତ୍ସାହିତ କରେ।

ଏହି ଅବସରରେ ରାଜ୍ୟପାଳ ଡ. କମ୍ଭମ୍‌ପାଟି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ଠାରେ ଅବସ୍ଥାପିତ ମହିୟସୀ ରମାଦେବୀଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ/ପ୍ରାଧ୍ୟାପିକା, ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନଙ୍କ ସହ କ୍ୟାମ୍ପସ ସଫା କରିବା ସହିତ ଚାରା ରୋପଣ ମଧ୍ୟ କରିଥିଲେ। ଦୈନନ୍ଦିନ ଜୀବନରେ ସ୍ୱଚ୍ଛତାକୁ ଏକ ଅବିଛେଦ୍ୟ ଅଂଶ ଭାବରେ ଗ୍ରହଣ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ସ୍ୱଚ୍ଛ ଭାରତ ଅଭିଯାନର ଆରମ୍ଭକୁ ମନେପକାଇ ରାଜ୍ୟପାଳ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ଆରମ୍ଭ କରିଥିଲେ ଏବଂ ସେବେଠାରୁ ଏହା ଏକ ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ “ସ୍ୱଚ୍ଛତା ହିଁ ସେବା” ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଏହାକୁ କାର୍ଯ୍ୟରେ ପରିଣତ କରିଛନ୍ତି ।

ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଭଳି ଦେଶବ୍ୟାପୀ ଆନ୍ଦୋଳନର ୁବପିଢ଼ିଙ୍କ ଉପରେ ସକରାତ୍ମକ ପ୍ରଭାବ ଉପରେ ଅବତାରଣା କରି ରାଜ୍ୟପାଳ କହିଥିଲେ େ, ଆଜିକା ଦିନରେ ପିଲାମାନେ ଚକୋଲେଟ ଖାଇ ଏହାର ରାପରଗୁଡ଼ିକୁ ଏଣେତେଣେ ନ ପକାଇ ଡଷ୍ଟବିନ୍‌ରେ ପକାଉଛନ୍ତି। ଏହିଭଳି ଛୋଟ ଛୋଟ ଉଦାହରଣ ସମଗ୍ର ଦେଶରେ ସ୍ୱଚ୍ଛତା ପ୍ରତି ବଢ଼ୁଥିବା ସଚେତନତାକୁ ପ୍ରମାଣିତ କରୁଛି ବୋଲି କହିଥିଲେ।ଏହି ଅବସରରେ ରାଜ୍ୟପାଳ ଉପସ୍ଥିତ ଛାତ୍ରୀମାନଙ୍କୁ କେକ୍ ଓ ଜୁସ୍ ବଂଟନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପୋଷ୍ଟର ପ୍ରତିଯୋଗୀତାର କୃତୀ ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଚଣ୍ଡି ଚରଣ ରଥ ମଧ୍ୟ ଏହି ଅବସରରେ ଉଦ୍‌ବୋଧନ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking