23.1 C
Bhubaneswar
Sunday, March 22, 2026
Homeଓଡିଶାରାଜ୍ୟ ବିଦ୍ୟୁତ ଭାର ପ୍ରେରଣ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟପାଳ

ରାଜ୍ୟ ବିଦ୍ୟୁତ ଭାର ପ୍ରେରଣ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମଂଚେଶ୍ୱର ରେଲୱେ ରୋଡସ୍ଥିତ ରାଜ୍ୟ ବିଦ୍ୟୁତ ଭାର ପ୍ରେରଣ କେନ୍ଦ୍ର (ଏସ୍‌ଏଲ୍‌ଡିସି) ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଏସଏଲଡିସିର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ସହିତ ଏହାର ନିୟନ୍ତ୍ରଣ କକ୍ଷ (କଂଟ୍ରୋଲ ରୁମ୍‌) ପରିଦର୍ଶନ କରି ସେଠାରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକଳାପ ସଂମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏସ୍‌ଏଲ୍‌ଡିସିର କାର୍ଯ୍ୟାବଳୀ, ରାଜ୍ୟର ବିଦ୍ୟୁତ ବ୍ୟବସ୍ଥାରେ ଏହାର ଗୁରୁତ୍ୱ ଏବଂ ବିଦ୍ୟୁତ ଗ୍ରୀଡର ନିରବଚ୍ଛିନ୍ନ ପରିଚାଳନା ପାଇଁ ଏହା କିପରି କାର୍ଯ୍ୟ କରୁଛି ସେ ବିଷୟରେ କର୍ମକର୍ତ୍ତା ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।

ଏସ୍‌ଏଲ୍‌ଡିସିର ଅଧିକାରୀମାନେ ରାଜ୍ୟରେ ବିଦ୍ୟୁତ ଚାହିଦା ଓ ଯୋଗାଣର ସନ୍ତୁଳନ ରକ୍ଷା, ଗ୍ରୀଡ ସ୍ଥିରତା ସୁନିଶ୍ଚିତ କରିବା ଏବଂ ଆଧୁନିକ ପ୍ରଯୁକ୍ତି ବ୍ୟବହାର ମାଧ୍ୟମରେ ବିଦ୍ୟୁତ ବଂଟନକୁ ଅଧିକ କ୍ରିୟାଶୀଳ କରିବା ଆଦି ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହା ସହିତ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣ ଏବଂ ଅନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ଗ୍ରୀଡ ସହ ସମନ୍ୱୟ ରକ୍ଷା କରିବାରେ ଏସଏଲଡିସିର କାର୍ଯଧାରା ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା । ଏହି ପରିଦର୍ଶନ ସମୟରେ ଓପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିଦ୍ଦେର୍ଶକ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଏସ୍‌ଏଲ୍‌ଡିସିର ନିର୍ଦ୍ଦେଶକ ଶ୍ରୀ ବି ବି ମେହତାଙ୍କ ସମେତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking