25.1 C
Bhubaneswar
Wednesday, February 11, 2026
Homeଓଡିଶାହକି ଇଣ୍ଡିଆ ଲିଗ୍‌ର ଭୁବନେଶ୍ୱର ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟପାଳ

ହକି ଇଣ୍ଡିଆ ଲିଗ୍‌ର ଭୁବନେଶ୍ୱର ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟପାଳ

ଭୁବନେଶ୍ୱର : ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼କ୍ଟର ହରି ବାବୁ କମ୍ଭମପାଟି ଆଜି କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌) ୨୦୨୬ର ଭୁବନେଶ୍ୱର ପର୍ଯ୍ୟାୟର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟାଡିୟମରେ ପହଞ୍ଚିବା ପରେ ମାନ୍ୟବର ରାଜ୍ୟପାଳଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିମାନେ ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟପାଳ ଖେଳ ପଡ଼ିଆକୁ ଯାଇ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ ଦଳର ଖେଳାଳିମାନଙ୍କ ସହ ପରିଚୟ ହେବା ସହିତ ଭାବ ବିନିମୟ କରିଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଖେଳ ପ୍ରତି ସେମାନଙ୍କର ନିଷ୍ଠାକୁ ପ୍ରଶଂସା କରିଥିଲେ।

ମାନ୍ୟବର ରାଜ୍ୟପାଳ ମ୍ୟାଚକୁ ଉତ୍ସାହର ସହିତ ଦେଖିଥିଲେ ଏବଂ ଉଭୟ ଦଳର ଖେଳାଳିମାନଙ୍କ ଦ୍ୱାରା ପ୍ରଦର୍ଶିତ ଉଚ୍ଚସ୍ତରୀୟ କ୍ରୀଡା ଓ ଖେଳୱାଡ଼ ମନୋଭାବକୁ ପ୍ରଶଂସା କରିଥିଲେ । ଏହି ମ୍ୟାଚ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ବିଜୟୀ ହୋଇଥିବା ବେଳେ ମାନ୍ୟବର ରାଜ୍ୟପାଳ ‘ପ୍ଲେୟାର ଅଫ ଦ ମ୍ୟାଚ’ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ହକି ଇଣ୍ଡିଆ ଲିଗ୍‌ର ଭୁବନେଶ୍ୱର ପର୍ଯ୍ୟାୟର ଏକ ଉଜ୍ଜ୍ୱଳ ଆରମ୍ଭକୁ ପ୍ରଦର୍ଶିତ କରିବା ସହିତ ଦେଶରେ ହକିର ପ୍ରଚାର ଓ ବିକାଶରେ ଓଡ଼ିଶାର କ୍ରମବର୍ଦ୍ଧିଷ୍ଣୁ ମର୍ଯ୍ୟାଦାକୁ ସୂଚିତ କରୁଛି । ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ହକି ଓଡ଼ିଶାରେ ଏକ ବିଶେଷ ସ୍ଥାନ ଅଧିକାର କରିଛି ଏବଂ ରାଜ୍ୟର ନିରନ୍ତର ସମର୍ଥନ ଏହି ଖେଳକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ହକି ଇଣ୍ଡିଆ ଲିଗ୍‌ ଭଳି ଆୟୋଜନ ବିଶ୍ୱସ୍ତରୀୟ ପ୍ରତିଭାକୁ ପ୍ରଦର୍ଶନ କରିବା ସହିତ ରାଜ୍ୟର ଯୁବ ଖେଳାଳିମାନଙ୍କୁ ଶ୍ରେଷ୍ଠତ୍ୱ ହାସଲ କରିବା ପାଇଁ ପ୍ରେରଣା ଯୋଗାଇଥାଏ ବୋଲି ମଧ୍ୟ ରାଜ୍ୟପାଳ ମତ ପ୍ରକାଶ କରିଥିଲେ I ଏହି ଅବସରରେ ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲୀପ କୁମାର ତିର୍କୀ, ହକି ଇଣ୍ଡିଆର କୋଷାଧ୍ୟକ୍ଷ ତଥା ହକି ୟୁନିଟ୍ ଅଫ୍ ତାମିଳନାଡୁର ସଭାପତି ଶ୍ରୀ ଶେକର ଜେ. ମନୋହରନ, ହକି ଇଣ୍ଡିଆର ଡ଼ାଇରେକ୍ଟର ଜେନେରାଲ କମାଣ୍ଡର ଆର୍‌ କେ ଶ୍ରୀବାସ୍ତବ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧୱ ମଧ୍ୟ ଉପସ୍ଥିତ ଥିଲେ I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking