ଭୁବନେଶ୍ୱର: ରାଜ୍ୟରେ ଦୂର ସଂଚାର କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯୋଜନା କରିଛନ୍ତି ସରକାର । ଦୁର୍ଗମ ଅଞ୍ଚଳରେ ନେଟୱର୍କ ପହଞ୍ଚାଇବା ପାଇଁ ସରକାର ସମୟ ଧାର୍ଯ୍ୟ କରିଛନ୍ତି । ଜୁନ ୨୦୨୬ ସୁଦ୍ଧା ସବୁ ଗାଁକୁ ମୋବାଇଲ ନେଟୱର୍କ ସେବା ପହଞ୍ଚିବ । ୧୨୩୯ ଗ୍ରାମକୁ ଡିଜିଟାଲ ଭାରତ ନିଧି ସେବା ମାଧ୍ୟମରେ ମୋବାଇଲ ସେବା ଯୋଗାଇ ଦିଆଯିବ ବୋଲି ବିଧାୟକ ସାରଦା ଜେନାଙ୍କ ପ୍ରଶ୍ନରେ ଆଇଟି ମନ୍ତ୍ରୀ ମୁକେଶ୍ ମହାଲିଙ୍ଗଙ୍କ ଉତ୍ତର ରଖିଛନ୍ତି ।










