22.1 C
Bhubaneswar
Tuesday, December 16, 2025
Homeଓଡିଶାସରକାର କେବେ ସଜାଗ ହେବେ: ନବୀନ

ସରକାର କେବେ ସଜାଗ ହେବେ: ନବୀନ

ଭୁବନେଶ୍ୱର: ଭୁବନେଶ୍ୱରରେ ଛାତି ଉପରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି କହିଛନ୍ତି, ରାଜଧାନୀରେ ବର୍ବରତା ଓ ଅରାଜକତାର ସୀମା ଟପୁଛି । ରାଜଧାନୀ ଅସୁରକ୍ଷିତ ହେଉଛି । ଭୟ ଶୂନ୍ୟ ହେଉଛନ୍ତି ଅପରାଧୀ । ବିଶ୍ୱସନୀୟତା ହରାଉଛି ସରକାର । ଆଇନ ଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ରହିବେ ସରକାରଙ୍କୁ ଏଭଳି କିଛି ପ୍ରଶ୍ନ କରିଛନ୍ତି ନବୀନ ।

 

ଆହୁରି କହିଛନ୍ତି, ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା ସାଧାରଣ ଜନତାଙ୍କୁ ଭୟଭୀତ କରୁଛି । ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ଘଟଣା ଘଟିବା ପରେ ନୁହେଁ, ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ । ସୂଚନା ଥାଉ କି   ଧଉଳି ଅଞ୍ଚଳର ଦୟା ନଦୀକୂଳରେ ଜଣେ ନାବାଳିକାକୁ ତାଙ୍କ ପୁରୁଷ ବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିଲା । ପୋଲିସ ସୋମବାର ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking