37.1 C
Bhubaneswar
Sunday, June 1, 2025
Homeଓଡିଶାରାଜ୍ୟର ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ସରକାରଙ୍କ ପ୍ରାଥମିକତା : ରବି ନାଏକ

ରାଜ୍ୟର ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ସରକାରଙ୍କ ପ୍ରାଥମିକତା : ରବି ନାଏକ

ଭୁବନେଶ୍ୱର:  ଜନ ସାଧରଣଙ୍କ ହିତକୁ କେନ୍ଦ୍ରରେ ରଖି ଗ୍ରୀଷ୍ମପ୍ରବାହ ପୂର୍ବରୁ ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗଣକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟର ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ହେଉଛି ସରକାରଙ୍କ ପ୍ରାଥମିକତା । ସେଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପ୍ରକାଶ କରିଛନ୍ତିା

ବିଗତ ବର୍ଷମାନଙ୍କରେ ବିଦ୍ୟୁତ ଦେୟ ପଇଠ ହୋଇନଥିବା ଯୋଗୁଁ ଗ୍ରାମାଞ୍ଚଳର ଅନେକ ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଉଥିଲା । ତେଣୁ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବାଧା ପ୍ରାପ୍ତ ହେଉଥିଲା । ସେଥିଯୋଗୁଁ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ ବିଶୁଦ୍ଧ ଜଳଯୋଗାଣ ପାଇଁ ଅସୁବିଧା ହେଉଥିଲା ଓ ଜନସାଧାରଣ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳର ବୃହତ ପାନୀୟ ଜଳପ୍ରକଳ୍ପର ବକେୟା ବିଦ୍ୟୁତ ଦେୟ ପାଇଁ ବସୁଧା ଯୋଜନା ଅଧିନସ୍ଥ ଅନୁଦାନକୁ ବ୍ୟବହାର କରିବା ପାଇଁ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ନିର୍ଦ୍ଦେଶନାମା ଯୋଗେ ଜଣାଇ ଦିଆଯାଇଥିବା ନେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି ।

ଏହା ସହ ନଳକୂପ ଖନନକୁ ପୁନଃ ଅନୁମତି ପ୍ରଦାନ କରାଯାଇଥିବା ନେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି । ଗ୍ରାମାଞ୍ଚଳରେ ଅଚଳ ହୋଇଯାଇଥିବା ନଳକୂପ ବଦଳରେ ନୂତନ ନଳକୂପ, ନଳକୂପ ନଥିବା ନୂତନ ଜନବସତି, ପାଇପ୍‌ ଜଳଯୋଗାଣ ହୋଇନଥିବା ତଥା ବ୍ୟକ୍ତିଗତ ନଳକୂପ ନଥିବା ଅଞ୍ଚଳରେ ଯଦି ପ୍ରତି ନଳକୂପ ପିଛା ସତୁରୀ ଜଣରୁ ଊଦ୍ଧ୍ୱର୍ ଲୋକ ରହିଥିବେ, ତେବେ ସେହିଭଳି ସମସ୍ତ ଅଞ୍ଚଳରେ ନୂତନ ନଳକୂପ ଖନନ ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବା ନେଇ ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ । ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସବୁମତେ ପ୍ରୟାସ କରାଯାଉଛି ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କହିଥିଲେ । ଏହା ସହ ୨୦୨୫ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୭୨ଟି ବୃହତ ପାନୀୟଜଳ ପ୍ରକଳ୍ପ, ଡିସେମମ୍ବ ଶେଷ ସୁଦ୍ଧା ୫୪ଟି ବୃହତ ପାନୀୟ ଜଳ ପ୍ରକଳ୍ପ ଏବଂ ୨୦୨୬ ଜୁନ୍‌ ଶେଷ ସୁଦ୍ଧା ୮୧ଟି ବୃହତ ପାନୀୟଜଳ ପ୍ରକଳ୍ପ (ମୋଟ ୨୦୭)ର ନିର୍ମାଣ କାର୍ଯ୍ୟ ଶେଷ ହୋଇ କାର୍ଯ୍ୟକ୍ଷମ ହେବା ନେଇ ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ । ଦୁର୍ଗମ ଓ ଉପାନ୍ତ ଅଞ୍ଚଳମାନଙ୍କରେ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇବା ନେଇ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣଙ୍କଠାରୁ ଅଭିଯୋଗ ଶୁଣାଣି ମାଧ୍ୟମରେ ଯେଉଁ ସବୁ ପ୍ରସ୍ତାବ ଆସୁଛି ସେସବୁ ଉପରେ ମଧ୍ୟ କାର୍ଯ୍ୟ ଚାଲିଛି । ସାମଗ୍ରିକ ଭାବରେ ରାଜ୍ୟବାସୀଙ୍କ ପାନୀୟ ଜଳ ସଙ୍କ୍ରାନ୍ତୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଥିବା ନେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ମତପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking