ଭୁବନେଶ୍ୱର: ହାତୀଙ୍କ ପାଇଁ ଘର କରିବେ ସରକାର । ହାତୀ ସୁରକ୍ଷା ପାଇଁ ହେବ ଦୀର୍ଘକାଳୀନ ଯୋଜନା । ଜଙ୍ଗଲ ଭିତରେ ହାତୀ ପାଇଁ ହେବ ଚାଷ । ପଣସ, ଆମ୍ବ, ବାଉଁଶ ଆଦି ହାତୀଙ୍କ ପାଇଁ ଲାଗିବ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ସୂଚନା ଥାଉ କି ଗତ କିଛି ଦିନ ଧରି କିଛି ଅଞ୍ଚଳ ମାନଙ୍କରେ ହାତୀ ଆତଙ୍କ ଦେଖାଦେଇଛି । ଏନେଇ ଗ୍ରାମବାସୀ ଭୟରେ ରହୁଛନ୍ତି । ଘର ବାଡି, ଫସଲ, ଜମି ନଷ୍ଟ କରିବା ସହ ଜୀବନ ମଧ୍ୟ ନେଇଯାଉଛନ୍ତି ହାତୀପଲ ।










