21.1 C
Bhubaneswar
Saturday, February 7, 2026
Homeଖେଳବୟସ ଜାଲିଆତି ଓ ଡୋପିଂକୁ ନେଇ ସରକାର କଠୋର: ଜୁନିୟର୍ ଖେଳାଳିଙ୍କ ନଗଦ ପୁରସ୍କାର ବନ୍ଦ

ବୟସ ଜାଲିଆତି ଓ ଡୋପିଂକୁ ନେଇ ସରକାର କଠୋର: ଜୁନିୟର୍ ଖେଳାଳିଙ୍କ ନଗଦ ପୁରସ୍କାର ବନ୍ଦ

ନୂଆଦିଲ୍ଲୀ: ଅନ୍ତଜାତୀୟ ସ୍ତରରେ ପଦକ ବିଜେତା ଆଥ୍‌ଲେଟ୍‌ଙ୍କୁ ଆଉ ସରକାରଙ୍କ ପକ୍ଷରୁ ନଗଦ ପୁରସ୍କାର ମିଳିବ ନାହିଁ। ଖେଳ ମନ୍ତ୍ରଣାଳୟର ଏହି ନୀତିଗତ ପରିବର୍ତ୍ତନ ଫେବୃଆରୀ ୧ରୁ ଲାଗୁ ହୋଇଛି। ବୟସ ଜାଲିଆତି (ଏଜ୍ ଫ୍ରଡ୍‌) ଏବଂ ଡୋପିଂର ଡବଲ୍ ବିପଦରୁ ମୁକ୍ତି ପାଇବା ସହିତ ଯୁବ ଖେଳାଳିଙ୍କ ମଧ୍ୟରେ ବିଜୟର କ୍ଷୁଧାକୁ ବଜାୟ ରଖିବା ଏହାର ଉଦ୍ଦେଶ୍ୟ। ପୁରୁଣା ସିଷ୍ଟମ୍ ଅନୁସାରେ ଜୁନିୟର୍ ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ସ୍ୱର୍ଣ୍ଣ ବିଜେତାଙ୍କୁ ୧୩ ଲକ୍ଷ ଟଙ୍କା ମିଳୁଥିବା ବେଳେ ଏସୀୟ କିମ୍ବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୀର୍ଷସ୍ଥାନ ହାସଲ କଲେ ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ନଗଦ ପୁରସ୍କାର ମିଳୁଥିଲା। ଇଣ୍ଡିଆନ୍ ଏକ୍ସପ୍ରେସ୍‌କୁ ଖେଳ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଏହି ନିର୍ଣ୍ଣୟ ପଛରେ ଏକ ପ୍ରମୁଖ କାରଣ ଜୁନିୟର୍ ଇଭେଣ୍ଟ୍‌କୁ ପୋଡିୟମ୍ ଫିନିଶ୍ ମଧ୍ୟରେ ସୀମିତ ନରଖି ଏହାର ପ୍ରମୋସନ କରିବା। ସେ କହିଛନ୍ତି, ଜୁନିୟର୍ ଚାମ୍ପିଅନ୍‌ଶିପ୍‌କୁ ଅଧିକ ମହତ୍ତ୍ୱ ଦେଉଥିବା ମଡେଲ୍‌କୁ କେବଳ ଭାରତ ହିଁ ଅନୁସରଣ କରୁଛି। ଫଳତଃ ଆଥ୍‌ଲେଟ୍‌ମାନେ ଏହି ସ୍ତରରେ ଏତେ ପରିଶ୍ରମ କରୁଛନ୍ତି ଯେ ଶୀର୍ଷ ସ୍ତରକୁ ଆସିବା ବେଳକୁ ଥକିପଡ଼ୁଛନ୍ତି କିମ୍ବା ସେମାନଙ୍କ ବିଜୟ କ୍ଷୁଧା ସମାପ୍ତ ହୋଇଯାଉଛି।

ଏହା ସହିତ ଖେଳ ମନ୍ତ୍ରଣାଳୟ ସିନିୟର୍ ଆଥ୍‌ଲେଟ୍‌ଙ୍କ ପାଇଁ ପୁରସ୍କାର ନୀତିରେ ପରିବର୍ତ୍ତନ କରାଯାଇଛି। ମନ୍ତ୍ରଣାଳୟ ରାଜ୍ୟଗୋଷ୍ଠୀ ଚାମ୍ପିଅନ୍‌ଶିପ୍ ଓ ସାଉଥ୍ ଏସିଆ ଗେମ୍ସକୁ ପୁରସ୍କାର ସୂଚୀରୁ ହଟାଇଦେଇଛି। ସେହିପରି ଅନ୍ତର୍ଜାତୀୟ ମାଷ୍ଟର କିମ୍ବା ଗ୍ରାଣ୍ଡ୍‌ମାଷ୍ଟର୍ ମାନଦଣ୍ଡ ବିଜେତା ଚେସ୍ ଖେଳାଳିଙ୍କୁ ମଧ୍ୟ ଏବେ ପ୍ରୋତ୍ସାହନ ମିଳିବ ନାହିଁ। ନଗଦ ପ୍ରୋତ୍ସାହନ ଗତ କିଛିବର୍ଷ ଧରି ଆଥ୍‌ଲେଟ୍ ଏବଂ ସେମାନଙ୍କ କୋଚ୍‌ଙ୍କୁ ବୟସ ଜାଲିଆତି ଏବଂ ଡୋପିଂ ଅପରାଧ ପାଇଁ ପ୍ରେରିତ କରୁଥିବା କାରଣ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ଜାନୁଆରୀ ୧୩ ତାରିଖ ମଧ୍ୟରେ ହସ୍ତଗତ ହୋଇଥିବା ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି (ନାଡା) ତଥ୍ୟ ଅନୁସାରେ ୨୦୨୨ ପରେ ଭାରତରେ ଡୋପ୍ ଅପରାଧୀଙ୍କ ମଧ୍ୟରେ ୧୦%ରୁ ଊର୍ଦ୍ଧ୍ୱ ନାବାଳକ। ଅର୍ଥାତ୍ ୨୦୪ ମଧ୍ୟରୁ ୨୨ ଡୋପ୍ ଅପରାଧୀ ନାବାଳକ। ଅବଶ୍ୟ ବୟସ ଜାଲିଆତି କରୁଥିବା ଖେଳାଳିଙ୍କ ସଂଖ୍ୟା ଉପରେ ନଜର ରଖିବା ପାଇଁ କୌଣସି କେନ୍ଦ୍ରୀୟ ବ୍ୟବସ୍ଥା ନାହିଁ। ତେବେ ଗତ କିଛିବର୍ଷରେ ବିଭିନ୍ନ ଖେଳ ଶତାଧିକ ଖେଳାଳିଙ୍କୁ ନିଲମ୍ବିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking