22.1 C
Bhubaneswar
Monday, March 23, 2026
Homeଓଡିଶାରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ; କଳା ତାଲିକାଭୁକ୍ତ କମ୍ପାନୀକୁ ମେଟ୍ରୋ କାମ କାହିଁକି

ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ; କଳା ତାଲିକାଭୁକ୍ତ କମ୍ପାନୀକୁ ମେଟ୍ରୋ କାମ କାହିଁକି

-ଟେଣ୍ଡରକୁ ବାତିଲ କରାଯାଉ: ୟାସିର ନୱାଜ

ଭୁବନେଶ୍ୱର: ଏକ କଳା ତାଲିକାଭୁକ୍ତ କମ୍ପାନୀକୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାମର ଟେଣ୍ଡର ଦିଆଯିବାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। କମ୍ପାନୀ ନାଁରେ ମାଳ ମାଳ ଅଭିଯୋଗ ଥିବା ବେଳେ ଏମିତି ସ୍ଥିତିରେ କମ୍ପାନୀକୁ ମେଟ୍ରୋ ପ୍ରକଳ୍ପ କାମ ଦିଆଯିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଏନେଇ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଗୁରୁବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ଯେଉଁ କମ୍ପାନୀ ଉପରେ ଭୁବନେଶ୍ୱର ମେଟ୍ରୋ ରେଳପଥ ଦାୟିତ୍ୱ ଅର୍ପଣ କରିଛନ୍ତି ତାହା ଏକ କଳା ତାଲିକାଭୁକ୍ତ କମ୍ପାନୀ।

ଭୁବନେଶ୍ୱର ମେଟ୍ରୋ ରେଲୱେ ନିର୍ମାଣ ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବେ। ଦିଲ୍ଲୀ ମେଟ୍ରୋ ରେଳବାଇ କର୍ପୋରେସନ ପକ୍ଷରୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ପାଇଁ ଯେଉଁ ଟେଣ୍ଡର ଆହ୍ୱାନ କରାଯାଇଥିଲା, ସେଥିରେ ପ୍ରଥମ ପର୍ଯ୍ୟାୟ କାମ ପାଇଁ ଗୁଜୁରାଟ କମ୍ପାନୀ ରଞ୍ଜିତ ବିଲ୍‌ଡ଼କନ ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ କମ୍ପାନୀର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର। ଏହି କମ୍ପାନୀ ଯେଉଁ ରାଜ୍ୟରେ ବ୍ରିଜ୍‌, ରେଳପଥ ଆଦି ଯାହା ନିର୍ମାଣ କରିଛି, ସେହି କାର୍ଯ୍ୟ ସୁଦୃଢ ଓ ଦୀର୍ଘସ୍ଥାୟୀ ନୁହେଁ ବୋଲି ୟାସିର ନୱାଜ ଅଭିଯୋଗ କରିଛନ୍ତି।

ଏଥିସହ ସେ ଦାବି କରିଛନ୍ତି ଯେ ଓଡ଼ିଶା ସରକାର ଏହି ଅସାଧୁ ଓ କଳା ତାଲିକାଭୁକ୍ତ କମ୍ପାନୀକୁ ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଦାୟିତ୍ୱ ଦିଅନ୍ତୁ ନାହିଁ। ଯେଉଁ ଟେଣ୍ଡର ସମ୍ପୂର୍ଣ୍ଣ ହୋଇଛି, ତାହାକୁ ବାତିଲ୍ କରାଯାଉ। ଯେହେତୁ ନିର୍ମାଣକାରୀ କମ୍ପାନୀ ଏକ ଅସାଧୁ କମ୍ପାନୀ ଏବଂ ଏହାର ନିର୍ମାଣ କାର୍ଯ୍ୟରେ ବିପଦ ଭରି ରହିଛି। ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ତିନିଜଣ ମରିବା ଘଟଣା ଭୁବନେଶ୍ୱରବାସୀ ଦେଖିଛନ୍ତି।

ତେଣୁ ସେହିଭଳି ମେଟ୍ରୋ ରେଳବାଇର କାର୍ଯ୍ୟ ଜାଣିଶୁଣି ନିମ୍ନମାନର କରିବା ପାଇଁ ଏକ କଳା ତାଲିକାଭୁକ୍ତ କମ୍ପାନୀ ହାତରେ ଟେକି ନଦିଆଯାଉ। ଯଦି ସରକାର ଏହି ଟେଣ୍ଡରକୁ ବାତିଲ୍ ନ କରନ୍ତି, ଏବଂ ପୁନର୍ବାର ଟେଣ୍ଡର କରାଇ ଏକ ନିର୍ଭରଯୋଗ୍ୟ କମ୍ପାନୀ ଦ୍ୱାରା ଟେଣ୍ଡର ମାଧ୍ୟମରେ ଭୁବନେଶ୍ୱର ମେଟ୍ରୋ ରେଳବାଇ କାର୍ଯ୍ୟ ନକରନ୍ତି ତେବେ ଆନ୍ଦୋଳାନତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବାକୁ ୟାସିର ନୱାଜ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମନୋଜ ବିଶ୍ୱାଳ, ରଣଜିତ ପାତ୍ର, ଉଦିତ ପ୍ରଧାନ, ପ୍ରକାଶ ଜେନା ଏବଂ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking