19.1 C
Bhubaneswar
Friday, November 22, 2024
Homeଓଡିଶାଆଦିବାସୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ଚିନ୍ତାଜନକ: ବିଜେଡି

ଆଦିବାସୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ଚିନ୍ତାଜନକ: ବିଜେଡି

– ଆଦିବାସୀ ଯୁବତୀଙ୍କୁ ବିଷ୍ଠା ଖୁଆଇବା ଘଟଣାର ସାତ ଦିନ ପରେ ବି ଅଭିଯୁକ୍ତ ଗିରଫ ହୋଇପାରିନି
– ଆମ୍ୱ ଟାକୁଆ ଜାଉ ଖାଇ ୩ ମୃତ୍ୟୁ ପରେ ପିଲା ବିକ୍ରି ପରି ଲଜ୍ଜାଜନକ ଘଟଣା
– ଆଦିବାସୀଙ୍କ ଉପରେ ଅତ୍ୟାଚାରର ନୀରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି, ଦୁଇ ଦୁଇଟି ପିଲାବିକ୍ରି ଘଟଣାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି। ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଓ ଦଳର ମିଡ଼ିଆ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ ରାଜ୍ୟରେ ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର ଗତ କିଛି ଦିନରେ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି ବୋଲି ଅଭିଯୋଗ କରିବା ସହିତ ଆଦିବାସୀ ମାନେ ଓଡ଼ିଶାରେ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି ବୋଲି କହିଥିଲେ। ଶ୍ରୀ ବିଶି କହିଥିଲେ, ରାଜ୍ୟରେ ୬୪ ପ୍ରକାରର ଆଦିବାସୀ ଅଛନ୍ତି ଓ ରାଜ୍ୟ ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ଆଦିବାସୀ ଅଟନ୍ତି।

କିନ୍ତୁ, ଦୁଃଖ ଓ ପରିତାପର ବିଷୟ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ଲଗାତାର ଭାବେ ରାଜ୍ୟରେ ଆଦିବାସୀ ଓ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ଏହି ଅତ୍ୟାଚାରକୁ ପ୍ରତିହତ କରିବା ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ, ଆଦିବାସୀ ମାନେ ଅତ୍ୟାଚାର ଓ ଶୋଷଣର ଶିକାର ହେବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ। ପ୍ରଥମେ ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା କାରଣରୁ, ଖାଦ୍ୟ ଅଭାବରୁ ଆମ୍ୱ ଟାକୁଆ ଜାଉ ଖାଇ ୩ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏଭଳି ଏକ ଲଜ୍ଜାଜନକ ଘଟଣା ଜନସାଧାରଣଙ୍କ ମାନସ ପଟରୁ ନଲିଭୁଣୁ ପିଲାବିକ୍ରି ଭଳି ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଏକ ଆଦିବାସୀ ଝିଅକୁ ପ୍ରଥମେ ବଳତ୍କାର ପାଇଁ ଉଦ୍ୟମ କରିବା ଓ ପରେ ତା ମୁହଁରେ ବିଷ୍ଠା ପୁରାଇ ଦେବା ଭଳି ଅମାନବୀୟ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି।

ଏହି ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ନାହିଁ। ରାଜ୍ୟରେ ପୂର୍ବରୁ କେବେ, ବିଶେଷକରି ଗତ ୨୪ ବର୍ଷ ଶାସନ କାଳରେ ଏଭଳି ଅମାନବୀୟ ଘଟଣା କେବେ ଘଟିନଥିଲା। ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି, କିନ୍ତୁ ଆଦିବାସୀ ମହିଳାଙ୍କୁ ବଳତ୍କାର କରାଯାଉଛି, ଅତ୍ୟାଚାର ଶୋଷଣ କରାଯାଉଛି, ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜୁଛନ୍ତି। ସରକାର ନିର୍ଯ୍ୟାତନା ରୋକିବା ପାଇଁ କୌଣସି ଉଦ୍ୟମ ନକରିବା ଅର୍ଥ ସରକାର ନିଜେ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଧରାଯିବ ।

ପିଲା ବିକ୍ରି ଘଟଣାକୁ ୨୪ ଦିନ ବିତି ଯାଇଥିଲେ ମଧ୍ୟ ପିଲାକୁ ଉଦ୍ଧାର କରିବା ପାଇଁ କୌଣସି ଉଦ୍ୟମ କରା ଯାଇନାହିଁ। କୁଚିଣ୍ଡାରେ ଗୋଟିଏ ଦଳିତ ଝିଅକୁ ଗଣ ବଳତ୍କାର କରାଗଲା, ସେ ପୁଣି ମନ୍ତ୍ରୀଙ୍କ ପାଖ ଲୋକଙ୍କ ଦ୍ୱାରା। ସରକାର ଅଭିଯୁକ୍ତଙ୍କୁ ଗିରଫ କରିବା ପରିବର୍ତ୍ତେ ତାଙ୍କୁ ଘଣ୍ଟ ଘୋଡାଉଛନ୍ତି। ଏ ସରକାର ହେଉଛନ୍ତି, ସମ୍ୱେଦନ ହୀନ ସରକାର। ଆଦିବାସୀ ଓ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ। ରାଜ୍ୟ ସରକାର ଆଦିବାସୀ ମାନଙ୍କୁ ନ୍ୟାୟ ଦେବା ପାଇଁ ଉଚିତ ପଦକ୍ଷେପ ନିଅନ୍ତୁ। ପରିସ୍ଥିତିରେ ସୁଧାର ନଆସିଲେ, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବିଶି ଚେତାବନୀ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking