ଭୁବନେଶ୍ୱର: ଗୃହରେ ବଳକା ଚାଉଳକୁ ନେଇ ଶାସକ- ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ବିଧାନସଭାରେ ଉଦେବେଗ ପ୍ରକାଶ ପାଇଛି । ଗୃହରେ ବିରୋଧୀଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଖାଉଟି ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଲେ, ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ ଟନ ଚାଉଳ ବଳକା ଅଛି । ଚାଉଳ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଯଦି ସରକାର ନ ଉଠନ୍ତି, ନିଲାମ କରିବାକୁ ସରକାରଙ୍କ ଯୋଜନା । ୧୧ଟି ଜିଲ୍ଲାକୁ ୩ ମାସର ଅଧିକ ଚାଉଳ ଦିଆଯାଇଛି । ରାଜ୍ୟରେ ୬୩ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥିଲା । ସେଥିରୁ ୫୦ ଲକ୍ଷ ମେଟ୍ରିକ ଟନ ଚାଉଳ ବ୍ୟବହାର ହୋଇଛି । ୮ ବର୍ଷରେ କେନ୍ଦ୍ର ଉପରେ ୮ ହଜାର କୋଟି ଟହ୍କା ବାକି ରହିଛି ।










