ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟା ଦେଇ କହିଛନ୍ତି ବାତ୍ୟା ପାଇଁ ସରକାର ସଜାଗ ଅଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରୁଛନ୍ତି । ଏହା ସହ ସବୁ ଅଧିକାରୀଙ୍କି ଆଲର୍ଟରେ ରଖାଯାଇଛି । ଜଳବନ୍ଦୀ ପଏଣ୍ଟକୁ ନଜରରେ ରଖାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ପାଇଁ ଜେନେରେଟର୍ ବ୍ୟବସ୍ଥା ହୋଇଛି । ସୂଚନାଯୋଗ୍ୟ, ବାତ୍ୟା ପ୍ରଭାବରେ ୨୮, ୨୯ରେ ସାରା ଓଡିଶାରେ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାତ୍ୟା ମୋନ୍ଥା ପାଇଁ ଆନ୍ଧ୍ରା ଓ ଓଡିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଯାଇଛି ।










