18.1 C
Bhubaneswar
Sunday, December 21, 2025
Homeଓଡିଶାସରକାରୀ ଅର୍ଥ ଆତ୍ମସାତ୍; ୪ଙ୍କୁ ବାନ୍ଧିଲା ଭିଜିଲାନ୍ସ

ସରକାରୀ ଅର୍ଥ ଆତ୍ମସାତ୍; ୪ଙ୍କୁ ବାନ୍ଧିଲା ଭିଜିଲାନ୍ସ

ଜୟପୁର: ପୋଖରୀ ଖୋଳା ନାମରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ୪ ସରକାରୀ କର୍ମଚାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ୨୩ଟି ପୋଖରୀ ଖୋଳିବା ନାମରେ ୨୦ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ଓ ପ୍ରମାଣ ମିଳିବା ପରେ ଜୟପୁର ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲ୍ଲା ଜଳଛାୟା ମିଶନ ଓ ମୃତ୍ତିକା ବିଭାଗର ୪ ଜଣ ସରକାରୀ କର୍ମଚାରୀ ଓ ଅଧିକାରୀ ତଥା ଜିଲ୍ଲା ଜଳ ଛାୟା ପ୍ରକଳ୍ପର ଏପିଡି ରାଜେନ୍ଦ୍ର ନାଥ ନାୟକ, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ଖୋସଲା, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ ଦୀପକ କୁମାର ସାହୁ ଓ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ଶ୍ରୀକୁମାର ନାୟକ। ଏହି ଘଟଣାରେ କାଶୀପୁର ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି।

ସୂଚନା ମୁତାବକ କାଶୀପୁର ବ୍ଲକର କେତେକ ସ୍ଥାନରେ ଏନ୍‌ଆର୍‌ଇଜିଏସ୍ ଜରିଆରେ ପୋଖରୀ ଖନନ ନ କରି ୨୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ କର୍ମଚାରୀମାନେ ଉକ୍ତ ଅଞ୍ଚଳରେ ମେସିନ୍ ଦ୍ୱାରା କାମ କରାଇ କେତେକ ଶ୍ରମିକ କାର୍ଡଥିବା ହିତାଧିକାରୀଙ୍କ କାର୍ଡ ସଂଗ୍ରହ କରି ଘରକୁ ଘର ବୁଲି ମେସିନ୍‌ରେ ଟିପ ସଂଗ୍ରହ କରିଥିଲେ। ପରେ ସମ୍ପୃକ୍ତ ହିତାଧିକାରୀଙ୍କ ଜରିଆରେ ଟଙ୍କା ଉଠାଇ ସେମାନଙ୍କୁ କିଛି ପକେଟ୍ ଖର୍ଚ୍ଚ ପାଇଁ ଦେଇ ମୋଟା ଅଙ୍କର ଅର୍ଥ ହରିଲୁଟ୍ କରିଥିବା ପ୍ରମାଣ ମିଳିବା ପରେ ଭିଜିଲାନ୍ସ ଏନେଇ ମାମଲା ଦରଜ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking