30.1 C
Bhubaneswar
Tuesday, February 24, 2026
Homeଓଡିଶାସରକାର କାହାଣୀରେ ଚାଲେନି,କାମ ଦରକାର: ନବୀନ

ସରକାର କାହାଣୀରେ ଚାଲେନି,କାମ ଦରକାର: ନବୀନ

ଭୁବନେଶ୍ୱର: ବିଜେଡି ଚାଷୀ ସମାବେଶରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବୋଧନ। ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ, କିନ୍ତୁ କାମରେ ଭାଗୋ କିଷାନ। ସରକାର କାହାଣୀ ରେ ଚାଲେନି,କାମ ଦରକାର। ଲୋକ ସେବା ଚାହାଁନ୍ତି ନେତା ଙ୍କ ପ୍ରବଚନ ନୁହେଁ। ଚାଷୀ ଙ୍କ ସମସ୍ୟା ସମାଧାନ ନ କଲେ ବିଜେଡି,ଏ ସରକାର ର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ ବୋଲି ନବୀନ ଏଭଳି କିଛି କହିଛନ୍ତିଆହୁରି କହିଛନ୍ତି ଖୁବ ଶୀଘ୍ର ଏ ସରକାର ଦୁଇ ବର୍ଷ ପୂରଣ କରିବ। ଏ ସରକାର ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି ନା କାର୍ଯ୍ୟକାରୀ କରି ପାରୁଛନ୍ତି। ନିର୍ବାଚନ ବେଳେ ବହୁତ ବଡ଼ ବଡ଼ କଥା କହୁଥିଲେ। ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇ ଥିଲେ। କିନ୍ତୁ କିଛି ମିଳିଲାନି। ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିଲା। କାଳିଆ ଯୋଜନା କରିଥିଲା। ଋଣ ସୁବିଧା କରିଥିଲା। ଜଳସେଚନ ସୁବିଧା କରିଥିଲା। କିନ୍ତୁ ଏ ଡବଲ ଇଞ୍ଜିନ ସରକାର କରିଛି କଣ? ଚାଷୀ କୁ ସାର ମିଳିଲାନି। ଧାନ ଵି ସରକାର କିଣୁନି। କଟନୀ ଛଟନୀ ବଢ଼ି ଚାଲିଛି। ଚାଷୀ ଠିକ ସମୟ ରେ ପଇସା ପାଉନି।

ଅଭିଯୋଗ କଲେ ଚାଷୀ ମିଛ କହୁଛି ବୋଲି ସରକାର କହୁଛନ୍ତି। ଚାଷୀଙ୍କ ସମସ୍ୟା ନେଇ ସରକାର ଙ୍କୁ ମୁଁ ଚିଠି ଲେଖିଥିଲି। ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି। ପ୍ରସ୍ତାବ ଦେଇଥିଲି । ଏଠି ସହିତ ନବୀ ଆହୁରି ଦାବି କରିଛନ୍ତି ଯେ କଟନୀ ଛଟନୀ ବନ୍ଦ ପାଇଁ ସ୍ପେସିଆଲ ସ୍କ୍ୱାଡ଼ କର । ମିଲେର ଓ ସରକାରୀ ଅଫିସରଙ୍କ ନେକ୍ସଓସ ଭାଙ୍ଗ । ଇନପୁଟ ସବସିଡି ରୁ 150 କୁଇଣ୍ଟାଲ ସିଲିଂ ଉଠାଅ ।୪୮ ଘଣ୍ଟା ରେ ଡିବିଟି ରେ ଚାଷୀ କୁ ପଇସା ଦିଅ। ଖୋଲା ରେ ପଡ଼ିଥିବା ଧାନ କୁ ୭୨ ଘଣ୍ଟା ରେ କିଣାଯାଉ। ଦୁଃଖ ର କଥା ୧୫ ଦିନ ବିତିଗଲା କିନ୍ତୁ କିଛି ହେଲାନି। ପ୍ରଚାର ରେ ଶହ ଶହ କୋଟି ଖର୍ଚ୍ଚ ହେଉଛି କିନ୍ତୁ ଚାଷୀଙ୍କ ପାଇଁ ନାହିଁ? ଗତ ଆଠ ଦିନ ହେଲା ଚାଷୀ ଙ୍କ ସମସ୍ୟା ପାଇଁ ବିଜେଡି ବିଣାଧାନସଭାରେ ଲଢୁଛି କିନ୍ତୁ ଏ ସରକାର ର ଚାଷୀ ପ୍ରତି ଖାତିର ହିଁ ନାହିଁ। ଆଇନ ଶୃଙ୍ଖଳା କଥା ନ କହିବା ଭଲ।ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି। ଚାଷୀ ତାର ହକ ପାଉନି। ମା ମାନଙ୍କୁ ସୁରକ୍ଷା ମିଳୁନି। ଯୁବ ସମାଜ କୁ ରୋଜଗାର ମିଳୁନି। ସବୁ ପରୀକ୍ଷା ପେପର ଲିକ । ଏହି ସରକାର ଗୋଟିଏ ବି ପରୀକ୍ଷା ଠିକ୍ ଭାବରେ ଆୟୋଜନ କରିପାରୁନାହିଁ। ସାଧାରଣ ଲୋକ ର ଦୁଃଖ ସରୁନି।ଏ ସରକାର କରୁଛି କଣ ବୋଲି ମଧ୍ୟ ପର୍ସନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟନାୟକ ଲୋକ ଙ୍କୁ ସେବା ଦରକାର, ନେତା ଙ୍କ ପ୍ରବଚନ ନୁହେଁ । କାହାଣୀ ରେ ସରକାର ଚାଲେନି,କାମ ଦରକାର। ବିଜୁ ଜନତା ଦଳ ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରଖିବ ଆଉ ସରକାରଙ୍କର କୁମ୍ଭକର୍ଣ ନିଦ ହଜେଇ ଦେବା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking