28.1 C
Bhubaneswar
Saturday, July 19, 2025
Homeଓଡିଶାଧାରଣାରତ ୩୪୪ ଜଣ ଚାଷୀଙ୍କୁ ତୁରନ୍ତ ସେମାନଙ୍କ ପ୍ରାପ୍ୟ ଦିଆଯାଉ : କଂଗ୍ରେସ

ଧାରଣାରତ ୩୪୪ ଜଣ ଚାଷୀଙ୍କୁ ତୁରନ୍ତ ସେମାନଙ୍କ ପ୍ରାପ୍ୟ ଦିଆଯାଉ : କଂଗ୍ରେସ

ଚାଷୀ ଧାନ ବିକି କୋଟି କୋଟି ଟଙ୍କା ବକେୟା ନପାଇ ରାଜରାସ୍ତାରେ
ସରକାର କେବଳ ବର୍ଷପୂର୍ତ୍ତିର ସଫଳତା ବାଣ୍ଟିବାରେ ବ୍ୟସ୍ତ

ଭୁବନେଶ୍ୱର: ମୋହନ ସରକାର ବ୍ୟବସ୍ଥିତ ଢ଼ଙ୍ଗରେ ଚାଷୀଙ୍କ ଠାରୁ ଧାନକ୍ରୟ କରି ସେମାନଙ୍କର ସମସ୍ତ ବଳକା ଧାନ ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ପ୍ରଦାନ କରିବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଆଜି ତାହା ସଂପୂର୍ଣ୍ଣ ପ୍ରତାରଣାରେ ପରିଣତ ହୋଇଛି । ଯାହାର ନିଛକ ନମୂନା ନବରଙ୍ଗପୁର ଜିଲ୍ଳାର ରାଇଘର ବ୍ଲକର ୩୪୪ ଜଣ ଚାଷୀ ସେମାନଙ୍କର ଉତ୍ପାଦିତ ଗତ ଖରିଫ ଚାଷର ପ୍ରାୟ ୧୫ ହଜାର କ୍ୟୁଣ୍ଟାଲ ଧାନ ବିକି ୪ କୋଟିର ଉର୍ଦ୍ଧ୍ୱ ଟଙ୍କା ପାଇବାକୁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଦୀର୍ଘ ୪ମାସ ହେଲା ଦାବିକରି ନିରାଶ ହେବାପରେ ଏବେ ଭୁବନେଶ୍ୱରରେ ଅହୋରାତ୍ର ରାଜରାସ୍ତାରେ ତିନିଦିନ ହେଲା ଧାରଣା ଦେଇଛନ୍ତି । ଏଥିପ୍ରତି ସରକାରଙ୍କର ଭୃକ୍ଷେପ ନାହିଁ କେବଳ ବିଜେପି ସରକାରର ଏକବର୍ଷ ପୂର୍ତ୍ତି ପୂରଣ ଅବସରରେ ମିଛ ଛବିର ସଫଳତା ବାଣ୍ଟିବାରେ ବ୍ୟସ୍ତ । ଏହା ଚାଷୀଙ୍କ ପ୍ରତି ଉପହାସ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଓ ନବରଙ୍ଗପୁର ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସରୋଜ ଗଣ୍ଡ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି । ଆଜି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଧାରଣାସ୍ଥଳକୁ ଯାଇ ସେଠାରେ ଚାଷୀମାନଙ୍କୁ ଭେଟିବା ସହିତ ସେମାନଙ୍କର ସମସ୍ତ ଅଭିଯୋଗ ଶୁଣିଛନ୍ତି । ସରକାର ଓ ପ୍ରଶାସନ ଚାଷୀମାନଙ୍କ ପ୍ରତି ଯେପରିଭାବେ ଅବହେଳା କରିଛନ୍ତି ଏହାକୁ କୌଣସି କ୍ଷେତ୍ରରେ ବରଦାସ୍ତ କରାଯିବ ନାହିଁ । କାଳବିଳମ୍ବ ନକରି ସରକାର ଧାରଣରତ ଚାଷୀମାନଙ୍କ ନିକଟକୁ ଆସି ସେମାନଙ୍କର ସମସ୍ୟା ସମାଧାନ କରିବା ସହିତ ୪ କୋଟିର ଉର୍ଦ୍ଧ୍ୱ ବକେୟା ଟଙ୍କା ତୁରନ୍ତ ପ୍ରଦାନ କରିବାକୁ କିଷାନ କଂଗ୍ରେସ ପକ୍ଷରୁ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ଗଣ୍ଡ ଦୃଢ଼ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking