ଭୁବନେଶ୍ୱର :ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ପ୍ରଶ୍ନକୁ ଡରୁଛି ବିଜେପି ସରକାର । ଆମ କର୍ମୀଙ୍କୁ ବିଭିନ୍ନ ସ୍ଥାନରେ ଅଟକାଯାଉଛି । ନାରୀଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି । ଅନ୍ୟପଟେ ନାରୀ ସୁରକ୍ଷା ପାଇଁ କଂଗ୍ରେସ ଆଜି ପ୍ରତିବାଦ କରିଛି । ଟ୍ରାଫିକ କଟକଣା ଦେଖାଦେଇଛି । ରାମ ମନ୍ଦିର ପାଖରୁ ଆରମ୍ଭ କରିଛନ୍ତି ପଦଯାତ୍ରା । ପଦଯାତ୍ରାରେ ପିସିସି ସଭାପତି ଭକ୍ତ ଦାସ, ସପ୍ତଗିରି ଉଲାକା, ରାମଚନ୍ଦ୍ର କାଡାମ ସାମିଲ ଅଛନ୍ତି । ବିଧାନସଭା ପଯ୍ୟନ୍ତ ଯିବ କଂଗ୍ରେସର ପଦଯାତ୍ରା ।