28.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଖାଲି କରୁନାହାନ୍ତି ସରକାରୀ ଘର; ୨୦୦ରୁ ଊର୍ଦ୍ଧ୍ୱ ପୂର୍ବତନ ସାଂସଦଙ୍କୁ ନୋଟିସ୍‌

ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଖାଲି କରୁନାହାନ୍ତି ସରକାରୀ ଘର; ୨୦୦ରୁ ଊର୍ଦ୍ଧ୍ୱ ପୂର୍ବତନ ସାଂସଦଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ହାରିବା କିମ୍ବା ଟିକଟ୍ ନପାଇ ନିର୍ବାଚନ ଲଢ଼ିବାରୁ ବାଦ୍ ପଡ଼ିଥିବା ପ୍ରାୟ ୨୦୦ରୁ ଅଧିକ ପୂର୍ବତନ ସାଂସଦଙ୍କୁ ତୁରନ୍ତ ସରକାରୀ ବାସଭବନ ଖାଲି କରିବାକୁ ନୋଟିସ୍ ଜାରି କରାଯାଇଛି । କେନ୍ଦ୍ର ଓ ଗୃହ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି । ନିୟମ ଅନୁସାରେ, ପୂର୍ବ ଲୋକସଭାର ଅବଧି ଶେଷ ହେବାର ମାସକ ମଧ୍ୟରେ ପୂର୍ବତନ ସାଂସଦମାନଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିଥାଏ । କିନ୍ତୁ ଏବେ ସୁଦ୍ଧା ୨୦୦ରୁ ଅଧିକ ପୂର୍ବତନ ସାଂସଦ ବଙ୍ଗଳା ଛାଡ଼ି ନାହାନ୍ତି । ତେଣୁ ସେମାନଙ୍କୁ ନୋଟିସ କରି ଯଥାଶୀଘ୍ର ଘର ଖାଲି କରିବାକୁ କୁହାଯାଇଛି । ସେହିପରି ଆଉ କିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ନୋଟିସ୍ ପଠାଇବାକୁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି । ପ୍ରକାଶ, ନିର୍ବାଚିତ ସାଂସଦମାନଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସରକାରୀ ବଙ୍ଗଳା ପ୍ରଦାନ କରାଯାଇଥାଏ । କିନ୍ତୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀମାନଙ୍କୁ ବଙ୍ଗଳା ଆବଣ୍ଟିତ କରିଥାଏ ।
ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ କୌଣସି ସରକାରୀ ପଦପଦବୀରେ ନଥିବା ସତ୍ତ୍ୱେ ପୂର୍ବରୁ ଲୁଟୟେନ୍ସ ଦିଲ୍ଲୀରେ ଆବଣ୍ଟିତ ହୋଇଥିବା ସରକାରୀ ବଙ୍ଗଳାଗୁଡ଼ିକୁ ପୂର୍ବତନ ସାଂସଦମାନେ ଛାଡ଼ିବାକୁ ଚାହୁଁନାହାନ୍ତି । ଏନେଇ ସେମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ ସେମାନେ ଘର ଛାଡ଼ିବାରେ ବିଳମ୍ବ କରୁଥିବାରୁ ସେମାନଙ୍କୁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନୋଟିସ୍ କରାଯାଇଛି । ସର୍ବସାଧାରଣ ପରିସର (ଅନଧିକୃତ ଦଖଲରୁ ହଟାଯିବା) ଆଇନ୍ ବଳରେ ଏସମସ୍ତ ସାଂସଦଙ୍କୁ ନୋଟିସ୍ କରାଯାଇଛି । ଯଦି ସେମାନେ ଯଥାଶୀଘ୍ର ବଙ୍ଗଳା ଖାଲି ନକରିବେ, ତା’ହେଲେ ଅଧିକାରୀମାନେ ସେମାନଙ୍କ ପାଖକୁ ଯାଇ ବାଧ୍ୟତାମୂଳକ ସେମାନଙ୍କୁ ବାହାର କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking