34.1 C
Bhubaneswar
Tuesday, April 15, 2025
Homeଓଡିଶାରାଜ୍ୟରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପ୍ରତି ସରକାରଙ୍କ ନିଘା ନାହିଁ: ବିଜେଡି

ରାଜ୍ୟରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପ୍ରତି ସରକାରଙ୍କ ନିଘା ନାହିଁ: ବିଜେଡି

ଭୁବନେଶ୍ୱର: ଓଡିଶା ଏକ ସମୟରେ ସମ୍ପୂର୍ଣ ମାଓବାଦୀ ମୁକ୍ତ ରାଜ୍ୟ ଭାବେ ପରିଗଣିତ ହେଉଥିବାବେଳେ, ରାଜ୍ୟରେ ନୂତନ ସରକାର ଦାୟିତ୍ୱଗ୍ରହଣକରିବା ପରେ ରାଜ୍ୟର ଅତିକମ୍‌ରେ ତିନୋଟି ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ବଢୁଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ସରକାର ଏହାକୁ ରୋକିବା ପାଇଁ କୌଣସି ତତ୍ପରତା ଦେଖାଉ ନାହାନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଶଙ୍ଖଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି, ରାଜ୍ୟର ତିନୋଟି ଜିଲ୍ଲା ଯଥା, ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି ବୋଲି ଗତ କିଛି ମାସ ହେଲା ଲଗାତର ଭାବେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ।ମାଓବାଦୀମାନଙ୍କ ଦ୍ୱାରା, ଏହି ଜିଲ୍ଲାଗୁଡିକରେ ଅସ୍ତ୍ରଶସ୍ତ୍ର ଧରିବୁଲିବା, ସ୍ଥାନୀୟ ଅଞ୍ଚଳରୁ ଲୋକଙ୍କୁ ନିଜ ଦଳରେ ସାମିଲ କରିବା ଓ ବଳପୂର୍ବକ ଅର୍ଥ ଆଦାୟ କରିବା ଇତ୍ୟାଦି ଆରମ୍ଭ ହୋଇଛି ।ଏହାଛଡା, ବିଧାୟକଶ୍ରୀ ପ୍ରଶାନ୍ତ କୁମାରଜଗଦ୍ଦେବଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀକହିଛନ୍ତି, ରାଜ୍ୟରେ ପ୍ରାୟ ୧୨୦ ମାଓବାଦୀ ସକ୍ରିୟ ରହିଛନ୍ତି ଓ ୨୦୨୬ ସୁଦ୍ଧା ରାଜ୍ୟ ସରକାର ମାଓବାଦୀ ମୁକ୍ତ ରାଜ୍ୟ କରିବାର ଲକ୍ଷ୍ୟରଖିଛନ୍ତି । ଏହି ପରିପ୍ରେକ୍ଷୀରେ, ରାଜ୍ୟର ଅନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ଅନ୍ତରୀଣ ସୁରକ୍ଷା ବିପର୍ଯ୍ୟସ୍ତ ଆଡ଼କୁ ଯାଉଥିବା ବେଳେ ଓଡିଶା ପୋଲିସ ଓ ରାଜ୍ୟର ଗୃହ ବିଭାଗ କୌଣସି ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି ମାଓବାଦୀଙ୍କ ଏହି କାର୍ଯ୍ୟ କଳାପକୁ ଗୃହ ବିଭାଗ ପୂର୍ବାନୁମାନ କରିବା ଓ ତାକୁ ପ୍ରତିହତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ଥିବାବେଳେ, ଏଥିରେ ସରକାର ବିଫଳ ହୋଇଛନ୍ତି ।

ଘଡ଼ାଇ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ୨୦୧୩ରେ ଓଡିଶା ମାଓବାଦୀ ମୁକ୍ତ ରାଜ୍ୟ ଭାବେଘୋଷିତ ହୋଇଥିଲା । ଦୁଃଖ ଓ ପରିତାପର ବିଷୟ ଯେ, ଏହାର୧୧/୧୨ବର୍ଷ ପରେ ଓଡ଼ିଶାରେ ମାଓବାଦୀ ଗତିବିଧିର ପୁର୍ନରଜନ୍ମ ଘଟିଛି । ମାଓବାଦୀଙ୍କ ଗତିବିଧି ବୃଦ୍ଧି ଯୋଗୁଁ କେବଳ ରାଜ୍ୟର ଅନ୍ତରୀଣ ସୁରକ୍ଷା ବିପର୍ଯ୍ୟସ୍ତ ହେବାର ଭୟ ରହିଛି ତାହା ନୁହେଁ, ବରଂଏହା ରାଜ୍ୟରେ ହେବାକୁ ଥିବା ପୁଞ୍ଜିନିବେଶକୁ ପ୍ରତିହତ କରିବା ସହିତ ରାଜ୍ୟର ପ୍ରଗତିକୁ ମଧ୍ୟ ବାଧାପ୍ରାପ୍ତ ହେବ ।ଉଲ୍ଲେଖ ଯୋଗ୍ୟ, ଯେଉଁ ତିନୋଟି ଜିଲ୍ଲାରେ (ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର) ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି, ସେହି ଜିଲ୍ଲାଗୁଡିକରେ ଅଧିକ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବରହିଛି ।ରାଜ୍ୟର ଅନ୍ତରୀଣ ସୁରକ୍ଷା ବିପର୍ଯ୍ୟସ୍ତ ହେଲେ ପୁଞ୍ଜି ନିବେଶକାରୀମାନେ ଓହରି ଯିବାର ଭୟରହିଛି ।

ଘଡ଼ାଇ କହିଥିଲେ, ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଡବଲଇଞ୍ଜିନ ସରକାର ଏବେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳହେଉଛି ।ରାଜ୍ୟ ସରକାର ରାଜ୍ୟବାସୀଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ରଖିବା ଦରକାର ଯେ ସରକାର ମାଓବାଦୀ ଦମନ ପାଇଁ କ’ଣ କ’ଣ ପଦକ୍ଷେପ ନେଇଛନ୍ତି ଓ କ’ଣ ଯୋଜନା ରହିଛି । ମାଓବାଦୀଙ୍କ ଗତିବିଧି ବୃଦ୍ଧି ଏକ ଚିନ୍ତାଜନକ ପ୍ରସଙ୍ଗ ।ତେଣୁ ଏହାକୁ ହାଲୁକା ଭାବେ ନିଆଯାଇ ନପାରେ ବୋଲି ଘଡ଼ାଇ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking