30.1 C
Bhubaneswar
Saturday, March 21, 2026
Homeଓଡିଶାକୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ରଖିବାକୁ ସରକାର ପ୍ରତିବଦ୍ଧ: ସମବାୟ ମନ୍ତ୍ରୀ

କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ରଖିବାକୁ ସରକାର ପ୍ରତିବଦ୍ଧ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କୁ କୃଷି ଋଣ ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତାକୁ ପ୍ରାଥମିକତା ଦିଆଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥା ସମୟରେ ବୀମା କମ୍ପାନୀ କ୍ଷତି ପୂରଣ ପ୍ରଦାନ କରିବେ । ସମବାୟ ମାଧ୍ୟମରେ ଫସଲ ଋଣ ପ୍ରଦାନ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତା ଉପରେ ଆଜି ଅନୁଷ୍ଠିତ ଆଲୋଚନା ବୈଠକରେ ଏହି ମତ ପ୍ରକାଶ ପାଇଛି । ଏହି ବୈଠକରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଅଧ୍ୟକ୍ଷତା କରି କହିଥିଲେ, ସରକାର କୃଷି ଓ କୃଷକର ଉନ୍ନତି ପାଇଁ ପ୍ରତିବଦ୍ଧ । କୃଷି ଋଣ ପ୍ରଦାନରେ ସ୍ଵଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ବୀମା ଭୁକ୍ତ ଚାଷୀଙ୍କୁ ଯଥା ସମୟରେ କ୍ଷତି ପୂରଣ ପ୍ରଦାନ କରିବାରେ ସହଯୋଗ କରିବାକୁ ସେ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ବେଗୁନିଆ ବିଧାୟକ ପ୍ରଦିପ କୁମାର ସାହୁ, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଉପସ୍ଥିତ ରହି ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ସମବାୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସମବାୟ ସମିତି ସମୂହର ନିବନ୍ଧକ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ସଚିବ ସଂଗ୍ରାମ କେଶରୀ ରାଉତ ପିପିଟି ମାଧମରେ ସବିଶେଷ ଉପସ୍ଥାପନ କରିଥିଲେ । ଏହି ବୈଠକରେ ନାବାର୍ଡର ସିଜିଏମ୍ ସଞ୍ଜୟ କୁମାର ତାଲୁକଦାର, ଏଜିସିଏସ୍ ସନ୍ତୋଷ କୁମାର ନାୟକ, ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମବାୟ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କୃଷି ଓ କୃଷକର ଉନ୍ନତି ନିମନ୍ତେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking