19.1 C
Bhubaneswar
Tuesday, February 10, 2026
Homeଓଡିଶା‘ବୁଣାକାରଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ସରକାର ବଦ୍ଧ ପରିକର’

‘ବୁଣାକାରଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ସରକାର ବଦ୍ଧ ପରିକର’

ଭୁବନେଶ୍ୱର: ସମ୍ବଲପୁର ସମେତ ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ବଲାଙ୍ଗୀର ଆଦି ଜିଲ୍ଲାରେ ବୁଣାକାରମାନଙ୍କ ସଂଖ୍ୟା ଅଧିକ। ଓଡ଼ିଶାର ବୁଣାକାରମାନଙ୍କୁ ପ୍ରଶିକ୍ଷଣ ଦେବାର ଯୋଜନା ହେବ। ସେମାନଙ୍କୁ ବ୍ୟବସାୟ ସହ ଯୋଡ଼ାଯିବ। ଭାରତ ସରକାର ଓ ରାଜ୍ୟ ସରକାର ଏଥିରେ ସହଯୋଗୀ ହେବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାର ଆମର ବୁଣାକାର ଭାଇ ଭଉଣୀମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ବଦ୍ଧ ପରିକର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲାର ପଡ଼ିଆବାହାଲ ବୁଣାକାର ଗ୍ରାମ ବଡତୁରଙ୍ଗ ଠାରେ ଭାରତ ସରକାରଙ୍କ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ବୁଣାକାର ଓ ହସ୍ତତନ୍ତ କାରିଗରମାନଙ୍କୁ ସହାୟକ ହେବା ଭଳି ଉପକରଣ ବିତରଣ କରିଛନ୍ତି। ସମର୍ଥ ବୁଣା ପ୍ରଶିକ୍ଷଣ ସାର୍ଟିଫିକେଟ, ହସ୍ତତନ୍ତ ବିକାଶ ସହାୟତା, ଲୁମ୍‌, ଲାଇଟିଂ ୟୁନିଟ୍ ଆଦି ସହାୟତା ସେମାନଙ୍କୁ ପ୍ରଦାନ କରିଛନ୍ତି ଶ୍ରୀ ପ୍ରଧାନ।

ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନର ସରକାରରେ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ (ଏନ୍‌ଏଚ୍‌ଡିପି) ସମେତ ବିଭିନ୍ନ ଯୋଜନାରେ ସମ୍ବଲପୁର ଜିଲ୍ଲାର ବୁଣାକାରଙ୍କୁ ପ୍ରଶିକ୍ଷଣ, ଆନୁଷଙ୍ଗିକ ଭିତ୍ତିଭୂମି ଏବଂ ଉପଯୁକ୍ତ ବଜାର ଯୋଗାଇ ସେମାନଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବାର ଲକ୍ଷ୍ୟ ରଖାଯାଇଛି। ମୂଳତଃ ସମ୍ବଲପୁରୀ ବ୍ରାଣ୍ଡର ବଜାର ଚାହିଦା ବଢାଇବା ଆମର ଲକ୍ଷ୍ୟ ରହିଛି। ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମ ବୁଣାକାର ଭାଇ ଭଉଣୀମାନଙ୍କ ପରିଶ୍ରମକୁ ସ୍ୱୀକୃତି ଦେବାର ଏକ ନିଆରା ପଦକ୍ଷେପ। ଏହି ପଦକ୍ଷେପ ଦ୍ୱାରା ହସ୍ତତନ୍ତ ଓ ବୟନଶିଳ୍ପର ଉଭୟ ଉତ୍ପାଦନ ଓ ଚାହିଦା ବଢ଼ିବ। ବୁଣାକାର ତଥା ହସ୍ତତନ୍ତ କାରିଗରଙ୍କ ମାନଙ୍କର ରୋଜଗାର ବଢ଼ିବ। ସେମାନଙ୍କ ପ୍ରତିଭା ଲୋକାଦୃତ ହେବା ସହ ଆର୍ôଥକ ଦୃଷ୍ଟିରୁ ସେମାନେ ସମ୍ପନ୍ନ ହେବେ। ଶ୍ରୀ ପ୍ରଧାନ କେନ୍ଦ୍ର ସରକାରଙ୍କ ପିଏମ୍ ସୂର୍ଯ୍ୟଘର ଯୋଜନା ସମେତ ରାଜ୍ୟ ସରକାରଙ୍କ ସୁଭଦ୍ରା ଓ ଅନ୍ୟାନ୍ୟ କୃଷି ଭିତ୍ତିକ ଯୋଜନା ଉପରେ ଆଲୋକପାତ କରିବା ସହ ବଡତୁରଙ୍ଗକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ସେ ଆହ୍ୱାନ କରିଥିଲେ। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଏହି ଗ୍ରାମରେ ଥିବା ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking