19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶକୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ନାହିଁ ସରକାର : ସୁପ୍ରିମକୋର୍ଟ

କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ନାହିଁ ସରକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ନାହିଁ ସରକାର । ଏହା ଉପରେ ଆଜି ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ବ୍ୟକ୍ତିଗତ ସମ୍ପତ୍ତିକୁ ସାର୍ବଜନିକ ହିତ ପାଇଁ ସରକାର ଅଧିଗ୍ରହଣ କରିପାରିବେ ନାହିଁ । ଏହା ଉପରେ ଆଜି ସୁପ୍ରିମ୍ ରାୟ ଆସିଛି । ସୁପ୍ରିମକୋର୍ଟଙ୍କର ୯ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ପୀଠ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ ସମସ୍ତ ବ୍ୟକ୍ତିଗତ ସମ୍ପତ୍ତିକୁ ସରକାର କବଜା କରିପାରିବେ ନାହିଁ । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ୯ ଜଣିଆ ବିଚାରପତିଙ୍କ ବେଞ୍ଚ ୮-୧ ବହୁମତରେ ଏହି ରାୟ ଶୁଣାଇଛନ୍ତି । ବେଞ୍ଚରେ ପ୍ରଧାନ ବିଚାରପତିଙ୍କ ସହ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା, ଜଷ୍ଟିସ୍ ମନୋଜ ମିଶ୍ରା, ଜଷ୍ଟିସ୍ ସୁଧାଂଶୁ ଧୁଲିଆ, ଜଷ୍ଟିସ୍ ଋଷିକେଶ ରାୟ, ଜଷ୍ଟିସ୍ ବି ଭି ନାଗରତ୍ନା, ଜଷ୍ଟିସ୍ ଜେ ବି ପାରଦିୱାଲା, ଜଷ୍ଟିସ୍ ରାଜେଶ ବିଣ୍ଡଲ ଓ ଜଷ୍ଟିସ୍ ଏ ଜି ମସୀହ ରହିଛନ୍ତି ।

୯ ଜଣିଆ ଖଣ୍ଡପୀଠରେ ସିଜେଆଇ ବହୁମତରେ ନିଷ୍ପତ୍ତି ଶୁଣାଇ ଜଷ୍ଟିସ୍ କୃଷ୍ଣା ଅୟରଙ୍କ ପୂର୍ବ ରାୟକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ କୁହାଯାଇଥିଲା କି, ସମସ୍ତ ବ୍ୟକ୍ତିଗତ ମାଲିକାନାରେ ଥିବା ସମ୍ପତ୍ତିକୁ ରାଜ୍ୟ ଦ୍ୱାରା ଅଧିଗ୍ରହଣ କରାଯାଇପାରିବ । ଜଷ୍ଟିସ୍ ଅୟରଙ୍କ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ସହମତ ହୋଇ ନାହାନ୍ତି । ଜଷ୍ଟିସ୍ ଅୟରଙ୍କ ବିଚାରରେ କୌଣସି ବି ବ୍ୟକ୍ତିଗତ ସମ୍ପତ୍ତିକୁ ସମ୍ପ୍ରଦାୟର ସମ୍ପତ୍ତି ଭାବରେ ମଧ୍ୟ ବିବେଚନା କରାଯାଇପାରିବ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଅର୍ଥବ୍ୟବସ୍ଥାର ଲକ୍ଷ୍ୟ କୌଣସି ନିର୍ଦ୍ଦିଷ୍ଟ ଆର୍ôଥକ ମଡେଲ ଅନୁସରଣ କରିବା ନୁହେଁ, ବରଂ ବିକାଶଶୀଳ ଦେଶ ହିସାବରେ ଆଗାମୀ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରିବା । ସର୍ବୋଚ୍ଚ ଅଦାଲତ ବ୍ୟକ୍ତିଗତ ସମ୍ପତ୍ତି ସହ ଜଡ଼ିତ ୧୬ଟି ଆବେଦନ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି, ଯେଉଁଥିରେ ମୁମ୍ବାଇର ସମ୍ପତ୍ତି ମାଲିକମାନଙ୍କର ଆବେଦନ ଅନ୍ତର୍ଭୁକ୍ତ ରହିଛି । ଏହି ମାମଲା ୧୯୮୬ରେ ମହାରାଷ୍ଟ୍ରରେ ହୋଇଥିବା ଆଇନ ସଂଶୋଧନ ସହ ଜଡ଼ିତ । ଏଥିରେ ସରକାରଙ୍କୁ ପ୍ରାଇଭେଟ୍ ବିଲ୍ଡିଂର ମରାମତି ଏବଂ ସୁରକ୍ଷା ପାଇଁ ନିଜ କବଜାକୁ ନେବାର ଅଧିକାର ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking