18.1 C
Bhubaneswar
Sunday, February 8, 2026
Homeଓଡିଶାବିଜେଡିରେ ଅଣନିଶ୍ୱାସୀରୁ ମୁକ୍ତି ପାଇଲେ: ମୁଖ୍ୟମନ୍ତ୍ରୀ

ବିଜେଡିରେ ଅଣନିଶ୍ୱାସୀରୁ ମୁକ୍ତି ପାଇଲେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ଛାଡି ବିଜେପିରେ ମିଶିଛନ୍ତି ଅମର ପଟ୍ଟନାୟକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ସାଂସଦ ଅମର ପଟ୍ଟନାୟକ। ଅମର ପଟ୍ଟନାୟକ ବିଜେପିରେ ମିଶିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି,  ବିଜେଡିରେ ଅଣନିଶ୍ୱାସୀରୁ ମୁକ୍ତି ମିଳିଛି, ଏବେ କାମ କରିବାର ସୁଯୋଗ ପାଇବେ। ଅମର ପଟ୍ଟନାୟକ ତାଙ୍କର ମନର କଥା କହି ସାରିଛନ୍ତି, ମୋଦିଙ୍କ ଦ୍ୱାରା ଅନୁପ୍ରାଣିତ କରିଛନ୍ତି। ଜଣେ ବୌଦ୍ଧିକ ବ୍ୟକ୍ତି, ସଂସଦରେ ବେଶ ଭଲ କାମ କରିଛନ୍ତି । ରାଷ୍ଟ୍ରନିର୍ମାଣରେ ସାମିଲ ହେବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି , ସୁଯୋଗ ପାଇବେ। ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଓଡିଶାକୁ ଗୁରୁତ୍ୱ ଦେଇ ଆସିଛନ୍ତି ।  ଏଥିପାଇଁ ଗତ  ୧୬ ମାସ ଭିତରେ ୭ ଥର ଓଡିଶା ଆସିଛନ୍ତି ମୋଦୀ ।  ଅମର ବାବୁ ବିଜେପିରେ ମିଶିବା ଦ୍ୱାରା ଆମର ଶକ୍ତି ବୃଦ୍ଧି ପାଇଛି ।

ସୁଚନାଥାକି, ବିଜେପିରେ ମିଶିବା ପରେ ବିଜେପି ନେତା ଅମର ପଟ୍ଟନାୟକ ନିଜ ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛି । ଯେତେବେଳେ ବି ସଂସଦରେ ମୋଦିଙ୍କ ଭାଷଣ ଶୁଣିଛି ପ୍ରଭାବିତ ହୋଇଛି। ଭାରତକୁ ଆଗକୁ ନେବା ପାଇଁ ତାଙ୍କ ପ୍ରତିଜ୍ଞାବଦ୍ଧତାରେ ମୁଁ ଅନୁପ୍ରାଣିତ ହୋଇଛି। ମୋଦିଙ୍କ ପାଇଁ ଦେଶ ଆଜି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ପାଇପାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking