ଭୁବନେଶ୍ୱର: ଗୋପାଳପୁର ବେଳାଭୁମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦବେଗ ପ୍ରକାଶ କରିଛନ୍ତି । ବର୍ତ୍ତମାନ ପଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି । ଘଟଣା ସମ୍ପର୍କରେ ଏସପିଙ୍କ ସହ ପୁଙ୍ଖାନୁପୁଙ୍ଖ କଥା ହୋଇଛି । ଗଣ ଦୁଷ୍କର୍ମ ଘଟଣା ମୋତେ ବ୍ୟଥିତ କରିଛି । ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ୧୦ ଜଣଙ୍କୁ ବାନ୍ଧିଲା ପୁଲିସ । ୩ ଜଣ ଅଭିଯୁକ୍ତ ବାହାର ରାଜ୍ୟକୁ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଛି । ଗତକାଲି ଗୋପାଳପୁରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ବେଳେ ୧୦ଜଣ ଦୁର୍ବୃତ୍ତ ପ୍ରଥମେ ଘେରିଥିଲେ । ୩ ଜଣ ଯୁବକ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ମାନେ ସହଯୋଗ କରିଥିବା ଅଭିଯୋଗ ହୋଇଛି ।










