30.1 C
Bhubaneswar
Tuesday, April 22, 2025
Homeଓଡିଶାରାଜ୍ୟରେ ଚାଲିଛି ଗୁଣ୍ଡାରାଜ : ବିଜେଡି

ରାଜ୍ୟରେ ଚାଲିଛି ଗୁଣ୍ଡାରାଜ : ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ଗୁଣ୍ଡାରାଜ। ପୋଲିସ ଉପସ୍ଥିତିରେ ଅସାମାଜିକ ବ୍ୟକ୍ତି କରୁଛନ୍ତି ଆକ୍ରମଣ। ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ବର୍ଷିଛି ବିଜେଡି। ଦଳ କହିଛି-ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି। ସମସ୍ତ ଆକ୍ରମଣକାରୀ ବିଜେପିର ଓ ବିଧାୟକଙ୍କ ସହଯୋଗୀ। ବିଜେପି ରାଜ୍ୟ ସଭାପତିଙ୍କ ବି ସେମାନଙ୍କର ସମ୍ପର୍କ ରହିଛି। ଆକ୍ରମଣକାରୀମାନେ ଗତକାଲି ରାତିରୁ ପ୍ରସ୍ତୁତି କରିଥିଲେ। ଏପରିକି ମଦମାଂସ ଦିଆଯାଇ ଆକ୍ରମଣକାରୀଙ୍କୁ ପ୍ରସ୍ତୁତ କରାଯାଇଥିଲା।

ପ୍ରଣବଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ସବୁଠାରୁ ବଡ଼ କଥା ହେଲା ସମସ୍ତ ଘଟଣା ପୋଲିସ ଉପସ୍ଥିତିରେ ହୋଇଛି। ପ୍ରଣବଙ୍କୁ ଜୀବନରେ ମାରିଦେବାକୁ ଲକ୍ଷ୍ୟ ଥିଲା। ସେମାନଙ୍କ ନିକଟରୁ ଭୁଜାଲି, ଠେଙ୍ଗା, ବାଡ଼ି ଆଦି ପୋଲିସ ଜବତ କରିଛି। ସମ୍ପୂର୍ଣ୍ଣ ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆକ୍ରମଣକାରୀମାନେ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ବୋଲି ଦଳ କହିଛି। ନିର୍ବାଚନ ପରଠାରୁ ପ୍ରଣବଙ୍କ ଉପରେ ଘନ ଘନ ଆକ୍ରମଣ କରାଯାଇଛି। ଚାରି ଚାରି ଥର ଏଫଆଇଆର ଦେବା ପରେ ବି ପୋଲିସର କିଛି ପ୍ରତିକ୍ରିୟା ନାହିଁ। ଜିଲ୍ଲା ପୋଲିସ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ତୁଟିଯାଇଛି। ପୋଲିସ ଜାଣତରେ ସବୁକିଛି ଆକ୍ରମଣ ହୋଇଛି। ଆକ୍ରମଣ ବେଳେ ଏନେଇ ପ୍ରଣବ ଏସପିଙ୍କୁ ଅବଗତ କରିଥିଲେ ବି କିଛି ଫଳ ମିଳି ନଥିଲା ବୋଲି କହିଛି ବିଜେଡି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking